କଣ୍ଟାବାଡ଼ ଅଞ୍ଚଳରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, କୁକୁଡ଼ା ଚିଆଁ ନେଇ ଗନ୍ତବ୍ୟସ୍ଥଳକୁ ଯାଉଥିବାବେଳେ ହଠାତ୍ ଗାଡ଼ିଟିର ଭାରସାମ୍ୟ ବିଗିଡ଼ି ଯାଇଥିଲା ।
କଣ୍ଟାବାଡ଼ ଅଞ୍ଚଳରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, କୁକୁଡ଼ା ଚିଆଁ ନେଇ ଗନ୍ତବ୍ୟସ୍ଥଳକୁ ଯାଉଥିବାବେଳେ ହଠାତ୍ ଗାଡ଼ିଟିର ଭାରସାମ୍ୟ ବିଗିଡ଼ି ଯାଇଥିଲା । ଫଳରେ ପିକ୍ଅପ୍ ଭ୍ୟାନ୍ଟି ରାସ୍ତା କଡ଼ରେ ଥିବା ଜମିକୁ ଓଲଟି ପଡ଼ିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଚାଳକଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲେ । ଭାଗ୍ୟକୁ ଚାଳକଙ୍କ ଜୀବନ ରକ୍ଷା ପାଇଥିବାବେଳେ, ଗାଡ଼ିଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। କିଛି କୁକୁଡ଼ା ଚିଆଁ ମଧ୍ୟ ଛିଟିକି ପଡ଼ିଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପୁଣିଥରେ ଗାଡ଼ି ଚଳାଇବା ବେଳେ ସତର୍କତା ଓ ସଡ଼କ ସୁରକ୍ଷା ନିୟମ ପାଳନର ଆବଶ୍ୟକତାକୁ ସାମ୍ନାକୁ ଆଣିଛି ।

