ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ, ସର୍ଜରୀ କରାଇନଥିବା ସ୍ପଷ୍ଟ କଲେ ବିଗ୍ ବି

ନିକଟରେ ଅମିତାଭ ବଚ୍ଚନ ନିଜ ବ୍ଲଗ୍‌ରେ ସର୍ଜରୀ, ଆଇସିୟୁ ଏବଂ ସୁସ୍ଥ ହେବା ପରବର୍ତ୍ତୀ କଠିନ ସମୟ ବିଷୟରେ ଲେଖିଥିଲେ । ଏହା ପରେ ତାଙ୍କ ପ୍ରଶଂସକମାନେ ସେ ଅସୁସ୍ଥ ଥିବା ଭାବି ଚିନ୍ତା ପ୍ରକାଶ କରିଥିଲେ । 

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟକୁ ନେଇ ଚାଲିଥିବା ଗୁଜବର ଅବସାନ ଘଟାଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ସର୍ଜରୀ କରାଇନାହାନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ନିକଟରେ ଅମିତାଭ ବଚ୍ଚନ ନିଜ ବ୍ଲଗ୍‌ରେ ସର୍ଜରୀ, ଆଇସିୟୁ ଏବଂ ସୁସ୍ଥ ହେବା ପରବର୍ତ୍ତୀ କଠିନ ସମୟ ବିଷୟରେ ଲେଖିଥିଲେ । ଏହା ପରେ ତାଙ୍କ ପ୍ରଶଂସକମାନେ ସେ ଅସୁସ୍ଥ ଥିବା ଭାବି ଚିନ୍ତା ପ୍ରକାଶ କରିଥିଲେ । ତେବେ ଏକ ସାକ୍ଷାତକାରରେ ଅମିତାଭ କହିଛନ୍ତି, ସେହି ବ୍ଲଗ୍ ତାଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କିତ ନଥିଲା । ବରଂ ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍‌ଠାରୁ ଅର୍ଜେଣ୍ଟିନାର ପରାଜୟ ଏବଂ ମହାନ ଖେଳାଳି ଲିଓନେଲ୍ ମେସି ପରାଜୟ ପରେ ମାନସିକ ଭାବେ କିପରି ନିଜକୁ ସମ୍ଭାଳିବାକୁ ପଡ଼େ, ତାହାର ଉଦାହରଣ ଦେଇଥିଲେ ।

ଅମିତାଭ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି। ମୁଁ କୌଣସି ସର୍ଜରୀ କରାଇନାହିଁ । ଲୋକମାନେ ମୋ ବ୍ଲଗ୍‌କୁ ଭୁଲ୍ ବୁଝିଛନ୍ତି । ସର୍ଜରୀ କିମ୍ବା ଆଇସିୟୁ ପରେ ଘରକୁ ଫେରିବା ସମୟ ସବୁଠାରୁ କଠିନ ହୋଇଥାଏ । ସେହି ଭାବନାକୁ ମୁଁ ଜଣେ ଚାମ୍ପିଅନ୍‌ଙ୍କ ପରାଜୟ ସହ ତୁଳନା କରିଥିଲି ।

ଏପଟେ ଅମିତାଭ ବଚ୍ଚନଙ୍କ ଆଗାମୀ ପ୍ରକଳ୍ପକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ସେ ଖୁବଶୀଘ୍ର ‘କଲ୍କି ୨୮୯୮ ଏଡି’ର ସିକ୍ୱେଲରେ ପୁଣିଥରେ ଅଶ୍ୱତ୍ଥାମା ଚରିତ୍ରରେ ନଜର ଆସିବେ । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସ ଓ କମଲ ହାସନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହାସହ ଲୋକପ୍ରିୟ କ୍ୱିଜ୍ ଶୋ ‘କୋନ ବନେଗା କରୋଡ଼ପତି’ର ନୂଆ ସିଜନ୍‌ରେ ମଧ୍ୟ ହୋଷ୍ଟ ଭାବେ ଫେରିବେ ବିଗ୍ ବି। ଏହି ସିଜନ୍ ଆସନ୍ତା ଅଗଷ୍ଟ ୧୦ରୁ ପ୍ରସାରଣ ହେବ ।

Leave a Reply

Your email address will not be published. Required fields are marked *