ପୁଣି ଓଲଟିଲା କୋଇଲା ବୋଝେଇ ୧୬ ଚକିଆ ହାଇୱା, ଡ୍ରାଇଭର ଗୁରୁତର। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁର ସହିଦ ଅରୁଣ ଛକରେ ଓଲଟି ପଡ଼ିଛି କୋଇଲା ବୋଝେଇ ୧୬ ଚକିଆ ହାଇୱା ।
ପୁଣି ଓଲଟିଲା କୋଇଲା ବୋଝେଇ ୧୬ ଚକିଆ ହାଇୱା, ଡ୍ରାଇଭର ଗୁରୁତର । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁର ସହିଦ ଅରୁଣ ଛକରେ ଓଲଟି ପଡ଼ିଛି କୋଇଲା ବୋଝେଇ ୧୬ ଚକିଆ ହାଇୱା । ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ହାଇୱାଟି ରାସ୍ତା ଉପରେ ଓଲଟି ପଡି ରାସ୍ତାରେ କୋଇଲା ସମ୍ପୂର୍ଣ୍ଣ ପଡିଯାଇଛି । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।
ଛେଣ୍ଡିପଦା ନୟନୀ କୋଇଲା ଖଣିରୁ କୋଇଲା ବୋଝେଇ କରି ଅନୁଗୋଳ ଅଭିମୁଖେ ଯାଉଥିଲା ହାଇୱା । ଦୁର୍ଘଟଣା ପରେ ହାଇୱା ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି । ୫ଦିନରେ ଅନୁଗୋଳ -ଛେଣ୍ତିପଦା ରାସ୍ତାରେ ୪ଟି କୋଇଲା ବୋଝେଇ ଟ୍ରକ୍ ଦୁର୍ଘଟଣା ହୋଇଛି ।

