ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ‘ହନୁମାନ ଅଂଶ’ ! ପ୍ରଡ୍ୟୁସରଙ୍କ ଏହି ଭୁଲ୍ ପାଇଁ ହାତଛଡ଼ା ହେଲା ବଡ଼ ସୁଯୋଗ

ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଥିବାବେଳେ ଏବେ ଏହା ଅସ୍କାର ପାଇଁ ଭାରତର ଅଫିସିଆଲ୍‌ ଏଣ୍ଟ୍ରି କାହିଁକି ହୋଇପାରିଲା ନାହିଁ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ରିଲିଜ୍‌ ପରଠାରୁ ବକ୍ସ ଅଫିସ୍‌ରେ ଧମାକା କରୁଛି ଫିଲ୍ମ ‘ହନୁମାନ ଅଂଶ’। ମାତ୍ର ୨ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ଏବେ ସର୍ପ୍ରାଇଜ୍‌ ବ୍ଲକବଷ୍ଟର ଭାବେ ଉଭା ହୋଇଛି। ପ୍ରାୟ ୬ ସପ୍ତାହ ଧରି ସିନେମା ହଲ୍‌ରେ ଚାଲିଥିବା ଏହି ଫିଲ୍ମର ଆୟ ୨୦୦ କୋଟି ଟଙ୍କା ଟପିଥିବା ଦାବି କରାଯାଉଛି। ଗତ ଶୁକ୍ରବାର ଫିଲ୍ମ ପାଇଁ ସବୁଠାରୁ ବଡ଼ ଆୟ ଦିନ ମଧ୍ୟରୁ ଗୋଟିଏ ରହିଥିଲା।

ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଥିବାବେଳେ ଏବେ ଏହା ଓସ୍କାର ପାଇଁ ଭାରତର ଅଫିସିଆଲ୍‌ ଏଣ୍ଟ୍ରି କାହିଁକି ହୋଇପାରିଲା ନାହିଁ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମର ପ୍ରଯୋଜକ ନମ୍ରତା ସିଂହ କହିଛନ୍ତି ଯେ, ଅସ୍କାର ପାଇଁ ଫିଲ୍ମ ସବମିଟ୍‌ କରିବାର ଶେଷ ତାରିଖ ୭ ସେପ୍ଟେମ୍ବର ଥିଲା। କିନ୍ତୁ ତାଙ୍କ ଟିମ୍‌କୁ ଏହି ଡେଡଲାଇନ୍‌ ବିଷୟରେ ଜଣାନଥିଲା। ଛୋଟ ଟିମ୍‌ ହୋଇଥିବାରୁ ଏକାସାଙ୍ଗରେ ଅନେକ କାମ ସମ୍ଭାଳିବାରେ ସେମାନେ ବ୍ୟସ୍ତ ଥିଲେ।

ଏବେ ଫିଲ୍ମର ତେଲୁଗୁ ଡବିଂ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୮ ସେପ୍ଟେମ୍ବରରେ ଏହାର ତେଲୁଗୁ ଭର୍ସନ୍‌ ରିଲିଜ୍‌ ହେବ। ଏହା ସହିତ ଅନ୍ୟ ଭାଷାରେ ରିଲିଜ୍‌ ଏବଂ ଦିବ୍ୟାଙ୍ଗ ଦର୍ଶକଙ୍କ ପାଇଁ ଫିଲ୍ମକୁ ଅଧିକ ସୁଗମ କରିବା ଉପରେ ମଧ୍ୟ କାମ ଚାଲିଛି।

‘ହନୁମାନ ଅଂଶ’ର କାହାଣୀକୁ ଆଗକୁ ନେବା ପାଇଁ ମେକର୍ସ ଏକ ଭିଡିଓ ଗେମ୍‌ ଏବଂ କମିକ୍‌ ବୁକ୍‌ ତିଆରି କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ଏହାର ସିକ୍ୱେଲ୍‌ ‘ହନୁମାନ ଅଂଶ ୨’ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ କ୍ୟାମିଓ ନେଇ ହେଉଥିବା ଚର୍ଚ୍ଚାକୁ ମେକର୍ସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି।

Leave a Reply

Your email address will not be published. Required fields are marked *