ପ୍ରଥମ ଦିନରେ ତେହରାନର ମୁଖ୍ୟ ଧାର୍ମିକ କେନ୍ଦ୍ରରେ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା। ଆଜିଠୁ ମୃତଦେହକୁ ବିଭିନ୍ନ ସହରରେ ଦେଇ ଶୋଭାଯାତ୍ରା କରାଯାଇ ଶେଷ ସମାଧିସ୍ଥଳକୁ ନିଆଯିବ।
ଇରାନ୍ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମିନେଇଙ୍କ ଶେଷଯାତ୍ରା। ୬ ଦିନିଆ ଅନ୍ତେଷ୍ଟି କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ହଜାରହଜାର ଲୋକ ସାମିଲ ହେଉଛନ୍ତି। ପ୍ରଥମ ଦିନରେ ତେହରାନର ମୁଖ୍ୟ ଧାର୍ମିକ କେନ୍ଦ୍ରରେ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା। ଆଜିଠୁ ମୃତଦେହକୁ ବିଭିନ୍ନ ସହରରେ ଦେଇ ଶୋଭାଯାତ୍ରା କରାଯାଇ ଶେଷ ସମାଧିସ୍ଥଳକୁ ନିଆଯିବ। ଶେଷ ଦିନ ଅର୍ଥାତ ୯ ତାରିଖରେ ଧାର୍ମିକ ରୀତିନୀତି ସହ ମରଶରୀରକୁ କବର ଦିଆଯିବ। ତେହରାନ୍ ସମେତ ବିଭିନ୍ନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶବ ଶୋଭାଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତ ପ୍ରତିନିଧି ଦଳ, ମଲ୍ଲିକାର୍ଜୁନ ଖଡଗେ, ପିଡିପି ସଭାପତି ମେହବୁବା ମୁଫତି, ପବନ ଖେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଖାମିନେଇଙ୍କ ଶେଷ ଯାତ୍ରା
ସର୍ବୋଚ୍ଚ ନେତାଙ୍କ ଅନ୍ତେଷ୍ଟି କାର୍ଯ୍ୟର ଦ୍ୱିତୀୟ ଦିନ
ପ୍ରଥମ ଦିନରେ ସାମିଲ ହେଲେ ହଜାରହଜାର ଲୋକ
ମଲ୍ଲିକାର୍ଜୁନ ଖଡ୍ଗେ, ପିଡିପି ସଭାପତି ମେହବୁବା ମୁଫତି ସାମିଲ
ବିହାର ରାଜ୍ୟପାଳ ଓ ପବନ ଖେରା ଦେଲେ ଶ୍ରଦ୍ଧାଞ୍ଜଳି
ତେହରାନ ସମେତ ବିଭିନ୍ନ ସ୍ଥାନରେ ହେବ ଶବ ଶୋଭାଯାତ୍ରା
ଶୋଭାଯାତ୍ରା ହେବାକୁ ଥିବା ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା
୯ ତାରିଖରେ ଧାର୍ମିକ ରୀତିନୀତି ଅନୁସାରେ ହେବ ଅନ୍ତିମ ସଂସ୍କାର

