ଫାଇନାଲ୍ ସ୍ଥାନ ପାଇଁ ସେ ବିଶ୍ବର ୪ ନମ୍ବର ତଥା ଏସୀୟ କ୍ରୀଡ଼ା ବିଜୟିନୀ ମାଲେସିଆର ଶିବାସାଙ୍ଗାରୀ ସୁବ୍ରମଣ୍ୟମ୍ଙ୍କୁ ଭେଟିବେ। ମ୍ୟାଚ୍ ଜିତିବା ପରେ ବିଶ୍ବ କନିଷ୍ଠ ବିଜୟିନୀ ଅନାହତ କହିଛନ୍ତି, ‘‘ମୁଁ ପୂର୍ବରୁ କେବେ ସଲମାଙ୍କ ବିପକ୍ଷରେ ଖେଳି ନଥିଲି, ତେଣୁ କୋର୍ଟକୁ ଓହ୍ଲାଇବା ବେଳେ କ’ଣ ଆଶା କରିବି ଜାଣି ନଥିଲି।
ଭାରତୀୟ ସ୍କ୍ୱାସ୍ ତାରକା ଅନାହତ ସିଂହ ଚମତ୍କାର ପ୍ରଦର୍ଶନ ଜାରି ରଖି ଏଠାରେ ଚାଲିଥିବା ପିଏସ୍ଏ ଗୋଲ୍ଡ ଲେବଲ୍ ସ୍କ୍ବାସ୍ ପ୍ରତିଯୋଗିତା ‘ସିଲିକନ୍ ଭ୍ୟାଲି ଓପନ୍’ ସେମିଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏଥିସହ ୧୮ ବର୍ଷୀୟା ଅନାହତ ଗୋଲ୍ଡ ଲେବଲ୍ ସ୍କ୍ବାସ୍ ପ୍ରତିଯୋଗିତାର ସେମିଫାଇନାଲ୍ ପହଞ୍ଚିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ଗତ କାଲି ୮ଥରର ବିଶ୍ବ ବିଜୟିନୀ ଇଜିପ୍ଟର ନୂର ଏଲ୍ ସେରବିନୀଙ୍କୁ ପ୍ରିକ୍ବାର୍ଟରଫାଇନାଲ୍ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ବିଶ୍ବର ଏହି ୧୫ନମ୍ବର ଖେଳାଳି ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଇଜିପ୍ଟର ସଲମା ହାନିଙ୍କୁ ୩-୨ (୪-୧୧, ୧୧-୮, ୪-୧୧, ୧୧-୨, ୧୧-୫)ରେ ପରାସ୍ତ କରିଛନ୍ତି।
ଫାଇନାଲ୍ ସ୍ଥାନ ପାଇଁ ସେ ବିଶ୍ବର ୪ ନମ୍ବର ତଥା ଏସୀୟ କ୍ରୀଡ଼ା ବିଜୟିନୀ ମାଲେସିଆର ଶିବାସାଙ୍ଗାରୀ ସୁବ୍ରମଣ୍ୟମ୍ଙ୍କୁ ଭେଟିବେ। ମ୍ୟାଚ୍ ଜିତିବା ପରେ ବିଶ୍ବ କନିଷ୍ଠ ବିଜୟିନୀ ଅନାହତ କହିଛନ୍ତି, ‘‘ମୁଁ ପୂର୍ବରୁ କେବେ ସଲମାଙ୍କ ବିପକ୍ଷରେ ଖେଳି ନଥିଲି, ତେଣୁ କୋର୍ଟକୁ ଓହ୍ଲାଇବା ବେଳେ କ’ଣ ଆଶା କରିବି ଜାଣି ନଥିଲି। ଗତକାଲିର (ଏଲ୍ ସେରବିନୀଙ୍କ ବିପକ୍ଷ) ବିଜୟ ପରେ ମୋ ମନରେ ବିଶ୍ୱାସ ଥିଲା ଯେ ଭଲ ଖେଳିଲେ ଯେକୌଣସି ଖେଳାଳିଙ୍କୁ ହରାଇ ପାରିବି। ଗତକାଲିର ମ୍ୟାଚ୍ ପରେ କିଛିଟା କ୍ଳାନ୍ତ ଥିଲି, ହେଲେ ବିଜୟର ଧାରା ହାତଛଡ଼ା କରିବାକୁ ଚାହୁ ନଥିଲି।’’

