ଆମେଠିରେ ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ମା’ ଓ ପୁଅ ମୃତ

ଉତ୍ତର ପ୍ରଦେଶର ଆମେଠିରେ ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କର ୧୯ ବର୍ଷୀୟ ପୁଅଙ୍କର ମୃତ୍ୟୁ ହୋଇଛି । ଆମେଠି ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ନୁଭାୱା ଗାଁର ଖେମ ପୋଖରୀରେ ବୁଧବାର ଏହି ଦୁଃଖଦ ଘଟଣା ଘଟିଛି ।

ଉତ୍ତର ପ୍ରଦେଶର ଆମେଠିରେ ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କର ୧୯ ବର୍ଷୀୟ ପୁଅଙ୍କର ମୃତ୍ୟୁ ହୋଇଛି । ଆମେଠି ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ନୁଭାୱା ଗାଁର ଖେମ ପୋଖରୀରେ ବୁଧବାର ଏହି ଦୁଃଖଦ ଘଟଣା ଘଟିଛି । ପୁଲିସ ଅନୁସାରେ, ଗୀତା ବିଶ୍ୱକର୍ମା (୪୦)ଙ୍କ ପୁଅ ଦୀପକ ମଇଁଷିକୁ ଚରାଇବାକୁ ନେଇ ଯାଇଥିବା ବେଳେ ପଶୁଟି ଗଭୀର ପାଣିରେ ଭର୍ତ୍ତି ପୋଖରୀରେ ପଶି ଯାଇଥିଲା । 

ପୁଲିସ କହିଛି ଯେ, ଦୀପକ ମଇଁଷିକୁ ବାହାର କରିବା ପାଇଁ ପୋଖରୀ ଭିତରକୁ ପଶିଯାଇଥିଲେ କିନ୍ତୁ ଗଭୀର ପାଣି ଭିତରକୁ ଯିବା ପରେ ବୁଡ଼ିବାକୁ ଲାଗିଥିଲେ । ପୁଅକୁ ବୁଡ଼ି ଯାଉଥିବା ଦେଖି ଗୀତା ତାଙ୍କୁ ଉଦ୍ଧାର କରିବା ପାଇଁ ପୋଖରୀ ଭିତରକୁ ଯାଇଥିଲେ କିନ୍ତୁ ସେ ମଧ୍ୟ ବୁଡ଼ି ଯାଇଥିଲେ । ସାନ ପୁଅ ଆଦର୍ଶ (୧୪) ମଧ୍ୟ ସେମାନଙ୍କୁ ବଞ୍ଚାଇବା ପାଇଁ ପୋଖରୀରେ ପଶି ଯାଇଥିଳେ । କିନ୍ତୁ ସେ ବୁଡ଼ି ଯିବା ପୂର୍ବରୁ ଉପସ୍ଥିତ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଗୀତା ଓ ଦୀପକଙ୍କୁ ପୋଖରୀରୁ ବାହାର କରି ଆମେଠିର କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)କୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *