ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ରେ ଭାରତର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନଜର ରହିବ ।
ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ରେ ଭାରତର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନଜର ରହିବ ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟଙ୍କ ଦିନିକିଆ ରେକର୍ଡ ଭଲ ରହିଛି । ବିରାଟ ୨୨୬୧ ରନ୍ କରିଥିବା ବେଳେ ୯ଟି ଶତକ ହାସଲ କରିଛନ୍ତି । ସେହିପରି ରୋହିତ ମଧ୍ୟ କାରିବିୟାନ୍ ଦଳ ବିପକ୍ଷରେ ୧୬୧୩ ରନ୍ କରିଛନ୍ତି । ବିରାଟ କୋହଲି ୩୦୨ଟି ଦିନିକିଆ ଇନିଂସରେ ୧୪,୯୪୧ ରନ୍ କରିଛନ୍ତି । ଆଉ ୫୯ ରନ୍ କଲେ ଦିନିକିଆ କ୍ରିକେଟରେ ୧୫ ହଜାର ରନ୍ ପୂରଣ କରିବେ । ଏହା କଲେ ସେ ସଚିନ ତେନ୍ଦୁଲକରଙ୍କ ପରେ ଏହି ମାଇଲଷ୍ଟୋନ୍ରେ ପହଞ୍ଚିବାରେ ଦ୍ୱିତୀୟ ଖେଳାଳି ହେବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିରାଟ ଏପର୍ଯ୍ୟନ୍ତ ୯ଟି ଦିନିକିଆ ଶତକ କରିଛନ୍ତି । ଆଉ ଗୋଟିଏ ଶତକ ହାସଲ କଲେ ଦୁଇଟି ଭିନ୍ନ ଦଳ ବିପକ୍ଷରେ ୧୦ କିମ୍ବା ତା’ଠାରୁ ଅଧିକ ଦିନିକିଆ ଶତକ କରିବାର ମାଇଲଷ୍ଟୋନ୍ ହାସଲ କରିପାରନ୍ତି ।
ଲିଷ୍ଟ-ଏ କ୍ରିକେଟରେ ବିରାଟ କୋହଲିଙ୍କ ନାଁରେ ୫୯ଟି ଶତକ ରହିଛି । ସଚିନ ତେନ୍ଦୁଲକର ୬୦ଟି ଶତକ ସହ ଏହି ତାଲିକାରେ ଆଗରେ ଅଛନ୍ତି । ପ୍ରଥମ ଦିନିକିଆରେ ଶତକ ହାସଲ କଲେ ବିରାଟ ସଚିନଙ୍କ ରେକର୍ଡର ସମକକ୍ଷ ହୋଇପାରିବେ । ରୋହିତ ଶର୍ମା ଦିନିକିଆରେ ୧୨ ହଜାର ରନ୍ ପୂରଣ କରିବାଠାରୁ ୧୦୫ ରନ୍ ଦୂରରେ ଅଛନ୍ତି । ଏପର୍ଯ୍ୟନ୍ତ ୨୮୦ ଇନିଂସରେ ସେ ୧୧,୮୯୫ ରନ୍ କରିଛନ୍ତି । ୧୨ ହଜାର ରନ୍ ପୂରଣ କଲେ ଏହି ମାଇଲଷ୍ଟୋନ୍ ହାସଲ କରିବାରେ ସେ ତୃତୀୟ ଭାରତୀୟ ହେବେ ।
ସେହିପରି ଓପନର୍ ଭାବେ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବାଠାରୁ ରୋହିତ ୧୩୫ ରନ୍ ଦୂରରେ ଅଛନ୍ତି । ଏପର୍ଯ୍ୟନ୍ତ ଓପନିଂ କରି ୨୮୦ ଇନିଂସରେ ସେ ୯,୮୬୫ ରନ୍ କରିଛନ୍ତି । ଏହାସହ ଆଉ ୧୮ଟି ଚୌକା ମାରିଲେ ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ୨ ହଜାର ଚୌକା ପୂରଣ କରିବେ । ଏହି ମାଇଲଷ୍ଟୋନ୍ ହାସଲ କରିବାରେ ସେ ଷଷ୍ଠ ଭାରତୀୟ ହୋଇପାରନ୍ତି ।

