ଆଇଆର୍‌ଟିସିରେ ଗ୍ୟାସ୍‌ ସଙ୍କଟ; ଚଳନ୍ତା ଟ୍ରେନ୍‌ରେ ରୋଷେଇ ପୁଣି ଆରମ୍ଭ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଭାରତୀୟ ରେଳ  ର କ୍ୟାଟରିଂ ଶାଖା ଆଇଆରଟିସି ରେ ଗ୍ୟାସ୍‌ ସଙ୍କଟ ଦେଖାଦେଇଛି। ଆବଶ୍ୟକ ପରିମାଣର ଗ୍ୟାସ୍‌ ମିଳୁନଥିବାରୁ କମ୍ପାନି ପୁଣି ଥରେ ଚଳନ୍ତା ଟ୍ରେନ୍‌ରେ ରୋଷେଇ ଆରମ୍ଭ କରିଛି

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଭାରତୀୟ ରେଳ  ର କ୍ୟାଟରିଂ ଶାଖା ଆଇଆରଟିସି ରେ ଗ୍ୟାସ୍‌ ସଙ୍କଟ ଦେଖାଦେଇଛି। ଆବଶ୍ୟକ ପରିମାଣର ଗ୍ୟାସ୍‌ ମିଳୁନଥିବାରୁ କମ୍ପାନି ପୁଣି ଥରେ ଚଳନ୍ତା ଟ୍ରେନ୍‌ରେ ରୋଷେଇ ଆରମ୍ଭ କରିଛି। କିଛି ବ୍ୟବସ୍ଥା କିଛି ବର୍ଷ ଧରି ବନ୍ଦ କରିଥିଲା। ତେବେ ଇଲେକ୍ଟ୍ରିକ୍‌ ଇଣ୍ଡକ୍ସନ୍‌ ‌ଷ୍ଟୋଭ୍‌କୁ ବ୍ୟବହାର କରି ଏଥର ରୋଷେଇ କରାଯାଉଛି। 
ଆଇଆର୍‌ସିଟିସି ପକ୍ଷରୁ ୧୪୦୦ରୁ ଅଧିକ ଟ୍ରେନ୍‌ରେ ଦୈନିକ ୧୭ ଲକ୍ଷରୁ ଅଧିକ ଭୋଜନ ପରଷା ଯାଉଛି। ଟ୍ରେନ୍‌ରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ରୋଷେଇ ହେଉଛି। ସେଥିରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ରାଜଧାନୀ, ଶତାବ୍ଦୀ, ଦୁରନ୍ତ ଓ ବନ୍ଦେ ଭାରତ ଟ୍ରେନ୍‌ରେ ଲିଙ୍କେ ହଫ୍‌ମ୍ୟାନ୍‌ ବୋସ୍‌ ପ୍ୟାଣ୍ଟ୍ରି କାର୍‌ ରହିଛି।

ଆଇଆର୍‌ସିଟିସି ପାଇଁ ଦୈନିକ ୧୦୦୦ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦରକାର ହେଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ହର୍ମଜୁ ପ୍ରଣାଳୀ ଦେଇ ଜାହାଜଗୁଡ଼ିକ ସହଜରେ ଆସିପାରୁନଥିବାରୁ ଗ୍ୟାସ୍‌ ଯୋଗାଣ ପ୍ରଭାବିତ ହୋଇଛି। ସେଥିପାଇଁ କମ୍ପାନି ଚାହୁଥିବା ପରିମାଣର ଗ୍ୟାସ୍‌ ପାଇପାରୁନାହିଁ। ସେଥିପାଇଁ ଇଣ୍ଡକ୍ସନ କୁକ୍‌ଟପ୍‌ ଓ ମାଇକ୍ରୋ ଓଭେନ୍‌ ଜରିଆରେ ଭୋଜନ ପ୍ରସ୍ତୁତ କରିବାକୁ ଆଇଆର୍‌ସିଟିସି ଅଧୀନରେ ପରିଚାଳିତ ହେଉଥିବା ଫୁଡ୍‌ ପ୍ଲାଜା, ରିଫ୍ରେସ୍‌ମେଣ୍ଟ୍‌ ରୁମ୍‌ ଓ ଜନ ଆହାର କେନ୍ଦ୍ରଗୁଡ଼ିକୁ କୁହାଯାଇଛି। ଏହାର ପ୍ରଭାବରେ ବର୍ତ୍ତମାନ ରେଳବାଇ ରୋଷେଇଶାଳରେ ୬୦ ପ୍ରତିଶତ ଭୋଜନ ଇଲେକ୍ଟ୍ରିକ୍‌ ଚୁଲାରେ ପ୍ରସ୍ତୁତ କରାଯାଉଛି।

Leave a Reply

Your email address will not be published. Required fields are marked *