ଅଯୋଧ୍ୟା ରାମ ମନ୍ଦିର ପୂଜକଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ : ବୈଷ୍ଣବ ପରମ୍ପରାର ହଳଦିଆ ଉତ୍ତରୀୟ ପିନ୍ଧିବେ

ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପୂଜକମାନଙ୍କ ପାଇଁ ଶୁକ୍ରବାରଠାରୁ ଏକ ନୂତନ ଡ୍ରେସ୍ କୋଡ୍ ବା ପୋଷାକ ନିୟମ ଲାଗୁ ହୋଇଛି। ନୂଆ ନିୟମ ଅନୁସାରେ, ମନ୍ଦିରର ସମସ୍ତ ପୂଜକ ଦୈନନ୍ଦିନ ପୂଜାପାଠ

 ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପୂଜକମାନଙ୍କ ପାଇଁ ଶୁକ୍ରବାରଠାରୁ ଏକ ନୂତନ ଡ୍ରେସ୍ କୋଡ୍ ବା ପୋଷାକ ନିୟମ ଲାଗୁ ହୋଇଛି। ନୂଆ ନିୟମ ଅନୁସାରେ, ମନ୍ଦିରର ସମସ୍ତ ପୂଜକ ଦୈନନ୍ଦିନ ପୂଜାପାଠ, ଆରତି ଏବଂ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ବୈଷ୍ଣବ ତଥା ରାମାନନ୍ଦାଚାର୍ଯ୍ୟ ପରମ୍ପରା ଅନୁଯାୟୀ ହଳଦିଆ ରଙ୍ଗର ଉତ୍ତରୀୟ ଧାରଣ କରିବା ବାଧ୍ୟତାମୂଳକ କରାଯାଇଛି। ଦ୍ଵିତୀୟ ପାଳିର ରୀତିନୀତିରୁ ଏହି ନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ ଏହା ପୂଜକମାନଙ୍କ ବେଶଭୂଷାରେ ଏକସମାନତା ଏବଂ ଶୃଙ୍ଖଳା ଆଣିଦେଇଛି।

ମନ୍ଦିରର ଧାର୍ମିକ କମିଟି ଦ୍ଵାରା ନିର୍ଦ୍ଧାରିତ ଏହି ବ୍ୟବସ୍ଥା ମାଧ୍ୟମରେ ମନ୍ଦିରର ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦାକୁ ଅଧିକ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚାଲିଥିବା ଝୁଲଣୋତ୍ସବ ସମୟରେ ପୂଜକମାନେ ଏହି ହଳଦିଆ ପୋଷାକ ପିନ୍ଧି ପ୍ରଭୁ ରାମଲାଲାଙ୍କ ବିଜେ ପ୍ରତିମାକୁ ଫୁଲରେ ସଜ୍ଜିତ ଦୋଳିରେ ବିରାଜମାନ କରାଇ ସମସ୍ତ ବୈଦିକ କାର୍ଯ୍ୟସମ୍ପାଦନ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ, ଆଗାମୀ ଦିନରେ ଉତ୍ସବ ଓ ପୂଜାପଦ୍ଧତିକୁ ଆହୁରି ସୁସଂଗଠିତ କରିବା ପାଇଁ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ନୂତନ ନିୟମ ମଧ୍ୟ କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *