ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ : ସାମିଲ ହେବେ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ

ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ହେଁ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ରାହୁଲ ସାମିଲ ହେବେ ।

ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ହେଁ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମରେ ରାହୁଲ ସାମିଲ ହେବେ । ଭୁବନେଶ୍ବରରେ ଏଥିପାଇଁ କଂଗ୍ରେସ ବଡ଼ ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଛି। ଏଥିରେ ହଜାର ହଜାର ଯୁବକ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଶ୍ରୀ ଦାସ କହିଛନ୍ତି ଯେ ଆସନ୍ତାବର୍ଷ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଛି। ଏହାକୁ ନଜରରେ ରଖି ଗାନ୍ଧୀ ଜୟନ୍ତୀରୁ ନବରଙ୍ଗପୁରରୁ ପଦଯାତ୍ରା ଆରମ୍ଭ ହେବ। ଗୋଟିଏ ବ୍ଲକ୍‌ରେ ୫ କିମି ପଦଯାତ୍ରା ସହ ବୈଠକ ଅନୁଷ୍ଠିତ ହେବ। 

ଏହାପରେ ଉକ୍ତ ବ୍ଲକ୍‌କୁ ନିରୀକ୍ଷଣ କରାଯିବ। ରାଜ୍ୟରେ ୩୧୪ଟି ବ୍ଲକ୍‌ ଥିବାରୁ ଆଗାମୀ ଦିନରେ ଦିନକୁ ୨-୩ଟି ବ୍ଲକ୍‌ରେ କାର୍ଯ୍ୟକ୍ରମ କରାଯିବ। ଏହି ପଦଯାତ୍ରାକୁ ନେଇ ପୂର୍ବ ପ୍ରସ୍ତୁତି ହେବ। ଏଥିପାଇଁ ଅକ୍ଟୋବର ଶେଷ ସୁଦ୍ଧା ଦଳୀୟ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପରବର୍ତ୍ତୀ ସମୟରେ ମାରାଥନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆସନ୍ତା ଜାନୁଆରି କିମ୍ବା ଫେବ୍ରୁଆରିରେ ଏହା ବଡ଼ଧରଣର କାର୍ଯ୍ୟକ୍ରମରେ ପରିଣତ ହେବ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସମେତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ, କେ.ସି ବେଣୁଗୋପାଳ, କର୍ଣ୍ଣାଟକ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭଳି ପ୍ରମୁଖ ନେତା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜ୍ୟର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ରାଜ୍ୟ ସରକାର ଲୋକଙ୍କ ବିଭିନ୍ନ ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି। କାର୍ଯ୍ୟକ୍ରମ ଜରିଆରେ ଏସବୁ ପ୍ରସଙ୍ଗକୁ ଉଠାଯିବ।

Leave a Reply

Your email address will not be published. Required fields are marked *