୩୧ ଯାଏ ବର୍ଷାର ବଡ଼ ଆଲର୍ଟ , ଅନେକ ରାଜ୍ୟରେ ଭାରି ବର୍ଷା ସହ ବଜ୍ରପାତ ଆଶଙ୍କା

ପୁଣି ବର୍ଷାର ବଡ଼ ଆଲର୍ଟ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ଜାରି ରହିବ ବର୍ଷା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ବିଭିନ୍ନ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ ।

ପୁଣି ବର୍ଷାର ବଡ଼ ଆଲର୍ଟ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ଜାରି ରହିବ ବର୍ଷା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ବିଭିନ୍ନ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ । କେତେକ ସ୍ଥାନରେ ଝଟକା ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା ରହିଛି । ଉତ୍ତର ଭାରତରୁ ଆରମ୍ଭ କରି ପୂର୍ବ, ମଧ୍ୟ, ଉତ୍ତର-ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳରେ ପାଣିପାଗ ସକ୍ରିୟ ରହିବ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବର୍ଷାର ପ୍ରଭାବ ରହିପାରେ । ବିଶେଷକରି ହିମାଳୟ ପାଦଦେଶ ଓ ମଧ୍ୟ ଭାରତର କିଛି ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ହେବାର ଆଶଙ୍କା ରହିଛି । ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା, ନଦୀନାଳରେ ଜଳସ୍ତର ବଢ଼ିବା ଭଳି ସମସ୍ୟା ଦେଖାଦେଇପାରେ ।

କେତେକ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ଏପଟେ ବଜ୍ରପାତ ଓ ଘଡ଼ଘଡ଼ି ସହ ଝଟକା ପବନ ନେଇ ମଧ୍ୟ ସତର୍କ କରାଯାଇଛି । କିଛି ଅଞ୍ଚଳରେ ପବନର ବେଗ ପ୍ରାୟ ୬୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ । ଓଡ଼ିଶା ପାଇଁ ମଧ୍ୟ ପାଣିପାଗ ବିଭାଗର ଆଲର୍ଟ ରହିଛି । ରାଜ୍ୟର କିଛି ସ୍ଥାନରେ ଭାରି ବର୍ଷା ସହ ବଜ୍ରପାତ ଓ ଝଟକା ପବନ ହୋଇପାରେ । ତେଣୁ ବର୍ଷା ସମୟରେ ଲୋକଙ୍କୁ ଅନାବଶ୍ୟକ ଭାବେ ଖୋଲା ସ୍ଥାନକୁ ନଯିବା ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଅର୍ଥାତ୍‌, ଅଗଷ୍ଟ ଶେଷ ସପ୍ତାହରେ ମଧ୍ୟ ମୌସୁମୀ ବର୍ଷାର ପ୍ରଭାବ କମିବାର ନାଁ ନେଉନାହିଁ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପାଣିପାଗ ଅସ୍ଥିର ରହିବା ଆକଳନ କରାଯାଇଛି । ତେଣୁ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ନୂଆ ସତର୍କ ସୂଚନା ଉପରେ ନଜର ରଖିବା ଜରୁରୀ ।

Leave a Reply

Your email address will not be published. Required fields are marked *