୨୦୨୭ UP ନିର୍ବାଚନ ପାଇଁ ଦଳିତ ଭୋଟରେ BJPର ଫୋକସ୍ , ସନ୍ଥ ରବିଦାସଙ୍କୁ ନେଇ ନୂଆ ରଣନୀତି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୭କୁ ଆଖି ଆଗରେ ରଖି ରାଜନୈତିକ ଦଳମାନେ ଏବେଠାରୁ ସାମାଜିକ ସମୀକରଣକୁ ମଜବୁତ କରିବାରେ ଲାଗିପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଦଳିତ ଭୋଟବ୍ୟାଙ୍କକୁ ଆକର୍ଷିତ କରିବା ପାଇଁ ସନ୍ଥ ରବିଦାସଙ୍କୁ କେନ୍ଦ୍ର କରି ନୂଆ ରଣନୀତି ପ୍ରସ୍ତୁତ କରିଛି ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୭କୁ ଆଖି ଆଗରେ ରଖି ରାଜନୈତିକ ଦଳମାନେ ଏବେଠାରୁ ସାମାଜିକ ସମୀକରଣକୁ ମଜବୁତ କରିବାରେ ଲାଗିପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଦଳିତ ଭୋଟବ୍ୟାଙ୍କକୁ ଆକର୍ଷିତ କରିବା ପାଇଁ ସନ୍ଥ ରବିଦାସଙ୍କୁ କେନ୍ଦ୍ର କରି ନୂଆ ରଣନୀତି ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପ୍ରତି ଭଦୋହି ଜିଲ୍ଲାର ନାମକୁ ‘ସନ୍ଥ ରବିଦାସ ନଗର’ ଭାବେ ପରିବର୍ତ୍ତନ କରିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହା କେବଳ ପ୍ରଶାସନିକ ନିଷ୍ପତ୍ତି ନୁହେଁ, ବରଂ ଦଳିତ ସମାଜ ମଧ୍ୟରେ BJPର ପହଞ୍ଚକୁ ଆହୁରି ମଜବୁତ କରିବାର ଏକ ପ୍ରୟାସ ।

ଅନ୍ୟପଟେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ PDA ସମୀକରଣକୁ ନେଇ ନିର୍ବାଚନୀ ରଣନୀତି ଆଗକୁ ବଢ଼ାଉଛନ୍ତି । ଏହି ସମୀକରଣକୁ ଦୁର୍ବଳ କରିବା ପାଇଁ BJP ଦଳିତ ସମ୍ପ୍ରଦାୟ ସହ ସିଧାସଳଖ ସମ୍ପର୍କ ବଢ଼ାଇବାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ନିଜ ପାରମ୍ପରିକ ଦଳିତ ଭୋଟବ୍ୟାଙ୍କକୁ ଧରି ରଖିବା ପାଇଁ ସଂଗଠନକୁ ସକ୍ରିୟ କରିଛନ୍ତି । ଫଳରେ ଆଗାମୀ ନିର୍ବାଚନରେ ଦଳିତ ଭୋଟକୁ ନେଇ BJP, SP ଓ BSP ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ଉତ୍ତର ପ୍ରଦେଶର ନିର୍ବାଚନରେ ଦଳିତ ଭୋଟରଙ୍କ ଭୂମିକା ନିର୍ଣ୍ଣାୟକ। ସେଥିପାଇଁ ୨୦୨୭ ନିର୍ବାଚନ ପୂର୍ବରୁ ସାମାଜିକ ସମୀକରଣକୁ ନେଇ ସମସ୍ତ ପ୍ରମୁଖ ଦଳ ନିଜ ନିଜ ରଣନୀତିକୁ ତୀବ୍ର କରିଛନ୍ତି । 

Leave a Reply

Your email address will not be published. Required fields are marked *