ଏହି ପ୍ରସଙ୍ଗରେ ଆସନ୍ତା ୧୨ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା କରୁଛି ବିରୋଧୀ ମେଣ୍ଟ INDIA ବ୍ଲକ୍ । ଏହି ପ୍ରଦର୍ଶନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତ୍ରୀ ମମତା ବାନାର୍ଜୀ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ଦିଲ୍ଲୀରେ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ଆସନ୍ତା ୧୨ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା କରୁଛି ବିରୋଧୀ ମେଣ୍ଟ INDIA ବ୍ଲକ୍ । ଏହି ପ୍ରଦର୍ଶନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତ୍ରୀ ମମତା ବାନାର୍ଜୀ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR)କୁ ନେଇ ରାଜନୈତିକ ମତଭେଦ ମଧ୍ୟ ବଢ଼ିବାରେ ଲାଗିଛି ।
ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ପାଇଁ INDIA ବ୍ଲକ୍ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ମମତା ବାନାର୍ଜୀ ନିଜର ଦିଲ୍ଲୀ ଗସ୍ତ ଅବଧି ବଢ଼ାଇଛନ୍ତି । କୋଲକାତା ଫେରିବା ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ସେ ବାତିଲ କରିଥିବା ଟିଏମ୍ସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଶନିବାର ମମତା ଦିଲ୍ଲୀର ସାଉଥ୍ ଆଭେନ୍ୟୁ ବସ୍ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ଧାରଣା ଦେଇଥିଲେ । ଏହି ସମୟରେ ତାଙ୍କୁ ଅଟକ ରଖାଯାଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା ।
CECଙ୍କ ବିରୋଧରେ ପ୍ରଦର୍ଶନ ମଧ୍ୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ଚର୍ଚ୍ଚାରେ ରହିଛି । କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ପୁଲିସ ଅଟକ ରଖିଥିବା ଖବର ମିଳିଛି । ଧ୍ରୁବ ରାଠୀ ବିଦେଶରେ ରହୁଥିବା ବେଳେ ପ୍ରଦର୍ଶନରେ ସାମିଲ ହେବାକୁ ଆସିଥିଲେ । ତାଙ୍କୁ ଗୁରୁଗ୍ରାମସ୍ଥିତ ବାସଭବନରୁ ଅଟକ ରଖାଯାଇଥିବା ରିପୋର୍ଟରେ କୁହାଯାଇଛି ।
ଏହି ପ୍ରଦର୍ଶନ ଯୋଗୁଁ ଦିଲ୍ଲୀର ୪୫ଟି ମେଟ୍ରୋ ଷ୍ଟେସନ ପ୍ରଭାବିତ ହୋଇଥିବା ଦାବି କରାଯାଇଛି । ଅନ୍ୟପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP)ର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଶନିବାର ପ୍ରଦର୍ଶନ ସମୟରେ ଅଟକ ରଖାଯାଇଥିବା ସୂଚନା ମିଳିଛି ।

