ନେପାଳ ବନ୍ୟା ବିପନ୍ନଙ୍କ ପାଇଁ ଭାରତର ପଞ୍ଚମ ସହାୟତା, ପଠାଗଲା ୫.୫ ଟନ୍ ଔଷଧ

ବିପନ୍ନ ନେପାଳକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ପଞ୍ଚମ ପର୍ଯ୍ୟାୟ ରିଲିଫ୍ ସାମଗ୍ରୀ ପଠାଇଛି। ଏହି ସାମଗ୍ରୀ ମଧ୍ୟରେ ୫.୫ ଟନ୍ ଜରୁରୀକାଳୀନ ଔଷଧ ସହ ଅତ୍ୟାଧୁନିକ ଉପକରଣ

ବିପନ୍ନ ନେପାଳକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ପଞ୍ଚମ ପର୍ଯ୍ୟାୟ ରିଲିଫ୍ ସାମଗ୍ରୀ ପଠାଇଛି। ଏହି ସାମଗ୍ରୀ ମଧ୍ୟରେ ୫.୫ ଟନ୍ ଜରୁରୀକାଳୀନ ଔଷଧ ସହ ଅତ୍ୟାଧୁନିକ ଉପକରଣ ଓ ୧୧ ଜଣିଆ ବିଶେଷଜ୍ଞ ଉଦ୍ଧାରକାରୀ ଦଳ ସାମିଲ ଅଛନ୍ତି। ଗତ ସପ୍ତାହରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍କଳନର ବିଭୀଷିକା ସହ ନେପାଳ ଲଢ଼ୁଥିବା ବେଳେ ଭାରତୀୟ ସେନାର ବିଶେଷ ବିମାନ ଯୋଗେ ଏହି ସହାୟତା ପଠାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସୋସିଆଲ ମିଡିଆ ”ଏକ୍ସ” ରେ ଏହି ସୂଚନା ଦେଇ କହିଛନ୍ତି ଯେ, ନେପାଳ ପାଇଁ ଭାରତର ପଞ୍ଚମ ବିମାନ ଉଡ଼ାଣ ଭରିସାରିଛି। ଏହି ପଞ୍ଚମ ପର୍ଯ୍ୟାୟ ସହାୟତାକୁ ମିଶାଇ ଭାରତ ଏପର୍ଯ୍ୟନ୍ତ ମୋଟ ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ସହ ଡାକ୍ତରୀ ଦଳ, ପାରାମେଡିକ୍ସ ଏବଂ ବୈଷୟିକ ଉଦ୍ଧାରକାରୀ ଟିମ୍ ନେପାଳ ପଠାଇସାରିଛି।
ନେପାଳ ପ୍ରଶାସନର ସୂଚନାନୁସାରେ, ଏହି ଭୟଙ୍କର ବନ୍ୟାରେ ମୃତ୍ୟୁସଂଖ୍ୟା ୧,୦୦୦ ଅତିକ୍ରମ କରିସାରିଥିବା ବେଳେ ପ୍ରାୟ ୪,୦୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୨,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ବନ୍ୟା ଯୋଗୁଁ ନେପାଳର ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି, ପ୍ରାୟ ୩୫ଟି ମୋଟର ଚଳାଚଳ ସେତୁ, ୪୫ଟି ଝୁଲା ସେତୁ ଏବଂ ୪୦ କିଲୋମିଟର ଦୀର୍ଘ ପକ୍କା ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି।

Leave a Reply

Your email address will not be published. Required fields are marked *