ୟୁପିରେ ବନ୍ୟା ବିଭୀଷିକା, ଗଙ୍ଗା-ଯମୁନାରେ ବଢୁଛି ଜଳସ୍ତର

ଉତ୍ତରପ୍ରଦେଶରେ ବନ୍ୟା ସଙ୍କଟ ଗମ୍ଭୀର । ଗଙ୍ଗା, ଯମୁନା, ଘାଘରା ଓ ଗୋମତୀ ସମେତ ଏକାଧିକ ନଦୀରେ ଜଳସ୍ତର ବଢ଼ିବାରୁ ଅନେକ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।

ଉତ୍ତରପ୍ରଦେଶରେ ବନ୍ୟା ସଙ୍କଟ ଗମ୍ଭୀର । ଗଙ୍ଗା, ଯମୁନା, ଘାଘରା ଓ ଗୋମତୀ ସମେତ ଏକାଧିକ ନଦୀରେ ଜଳସ୍ତର ବଢ଼ିବାରୁ ଅନେକ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ପ୍ରୟାଗରାଜ ଓ ବାରାଣସୀରେ ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି ।ପ୍ରୟାଗରାଜରେ ଗଙ୍ଗା ଓ ଯମୁନାର ଜଳସ୍ତର ଲଗାତାର ବଢ଼ୁଥିବାରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି । ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ, କିଛି ଅଞ୍ଚଳରେ ଘର ଭିତରକୁ ମଧ୍ୟ ବର୍ଷା ଓ ବନ୍ୟା ପାଣି ପଶିଛି । ସେପଟେ ବାରାଣସୀରେ ମଧ୍ୟ ଗଙ୍ଗାର ଜଳସ୍ତର ଦ୍ରୁତଗତିରେ ବଢ଼ୁଛି । ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିବାରୁ ପ୍ରଶାସନ ସତର୍କ ରହିଛି ।

ଉଦ୍ଧାରକାରୀ ଦଳଗୁଡ଼ିକୁ ଆଲର୍ଟରେ ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି । ରାଜ୍ୟର ୧୩ଟି ଜିଲ୍ଲାର ୧୭୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିବା ରିପୋର୍ଟ ଆସିଛି । ୮୪ ହଜାରରୁ ଅଧିକ ଲୋକ ବନ୍ୟା ପ୍ରଭାବରେ ଥିବା ବେଳେ, ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାରି ମଧ୍ୟରେ ଆସନ୍ତା କିଛି ଦିନ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବାର ସତର୍କତା ଜାରି ହୋଇଛି । ଫଳରେ ନଦୀଗୁଡ଼ିକର ଜଳସ୍ତର ଆହୁରି ବଢ଼ିବା ଏବଂ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *