‘ହର୍ମୁଜ ଆମେରିକାର ନୂଆ ଅଞ୍ଚଳ’, ଟ୍ରମ୍ପଙ୍କ ଦାବିକୁ ଇରାନର କଡ଼ା ଜବାବ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଥମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଉଭୟ ଦେଶ ହର୍ମୁଜ୍ ପ୍ରଣାଳୀ ଉପରେ ନିଜ ଆଧିପତ୍ୟ ଦାବି କରୁଛନ୍ତି । ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ଫଟୋ ସେୟାର କରି ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବରେ ବର୍ଣ୍ଣନା କରିଛନ୍ତି ।

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଥମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଉଭୟ ଦେଶ ହର୍ମୁଜ୍ ପ୍ରଣାଳୀ ଉପରେ ନିଜ ଆଧିପତ୍ୟ ଦାବି କରୁଛନ୍ତି । ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ଫଟୋ ସେୟାର କରି ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବରେ ବର୍ଣ୍ଣନା କରିଛନ୍ତି । ଏହାକୁ ନେଇ ଇରାନ ସ୍ପଷ୍ଟ ଭାବରେ କହିଛି ଯେ, ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ୱାସିଂଟନର ଆଭିମୁଖ୍ୟ ପରିବର୍ତ୍ତନ ନ ହେବା ପର୍ୟ୍ୟନ୍ତ ଏହା ବନ୍ଦ ରହିବ । ଆମେରିକା ଯେପର୍ୟ୍ୟନ୍ତ ନିଜର ପ୍ରତିଶ୍ରୁତି ପୂରଣ ନ କରିଛି, ସେପର୍ୟ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ଆଉ ଖୋଲାଯିବ ନାହିଁ ବୋଲି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ କହିଛନ୍ତି । ଆମେରିକାର ମନୋଭାବ ପରିବର୍ତ୍ତନ ହେଲେ ପରିସ୍ଥିତିରେ ଉନ୍ନତି ହେବ । ପୂର୍ବରୁ ଟ୍ରମ୍ପ ଗତ ୧୮ ତାରିରେ ସୋସିଆଲ ମିଡିଆରେ ସମାନ  ସେୟାର କରିଥିଲେ।  ଇରାନ ଟ୍ରମ୍ପଙ୍କ ଦାବିକୁ ଲଗାତାର ଖଣ୍ଡନ କରିଆସୁଛି । ଟ୍ରମ୍ପଙ୍କ ଏହି ପଦକ୍ଷେପ ଯୋଗୁଁ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବା ପରିବର୍ତ୍ତେ ଆହୁରି ବଢ଼ିବାରେ ଲାଗିଛି । 

ଟ୍ରମ୍ପଙ୍କ ଦାବି, ତାତିଲା ଇରାନ 
-ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧ ମେଘ ଘୋଟିଛି
-ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ଭାଙ୍ଗିବା ପରେ ପରିସ୍ଥିତି ଅତ୍ୟନ୍ତ ଜଟିଳ  
-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଷ୍ଟ୍ରେଟ୍ ଅଫ୍ ହର୍ମୁକୁ ନେଇ ପୁଣି ବଡ଼ ଦାବି କରିଛନ୍ତି
-‘ଟ୍ରୁଥ୍ ସୋସିଆଲ୍’ ଆକାଉଣ୍ଟରେ ଏକ ମ୍ୟାପ୍ ସେୟାର କରି ହର୍ମୁକୁ ଆମେରିକାର ‘ନୂଆ ଅଞ୍ଚଳ’ ଭାବେ ବର୍ଣ୍ଣନା 
-ପୂର୍ବରୁ ଅଗଷ୍ଟ ୧୪ ଏବଂ ୧୮ ତାରିଖରେ ମଧ୍ୟ ଟ୍ରମ୍ପ ସମାନ ଦାବି କରିଥିଲେ
-ଗୁରୁତ୍ୱପୂର୍ଣ୍ଣ ଜଳପଥ ହର୍ମୁକୁ ଆମେରିକାର ଅଧୀନ କରାଯିବ ବୋଲି କହିଥିଲେ
-ଅନ୍ୟପକ୍ଷରେ  ଇରାନ ଏହି ଦାବିକୁ ଦୃଢ଼ ବିରୋଧ କରିଛି  
-ଟ୍ରମ୍ପଙ୍କ ଏହି ନୂଆ ଘୋଷଣା ପରେ ମଧ୍ୟପ୍ରାଚ୍ୟରେ ବଡ଼ଧରଣର ସଂଘର୍ଷ ଆଶଙ୍କା 

Leave a Reply

Your email address will not be published. Required fields are marked *