ଶକ୍ତି ସଙ୍କଟରେ ମସ୍କୋ, ୬୦ ହଜାର ଟନ୍ ଗ୍ୟାସୋଲିନ୍ ପଠାଇଲା ଭାରତ । ସମଗ୍ର ଏସିଆକୁ ଅଶୋଧିତ ତୈଳ ଯୋଗାଉଥିବା ଋଷ ବର୍ତ୍ତମାନ ସାଂଘାତିକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସହାୟତା କରିଛି ଭାରତ ।
ଶକ୍ତି ସଙ୍କଟରେ ମସ୍କୋ, ୬୦ ହଜାର ଟନ୍ ଗ୍ୟାସୋଲିନ୍ ପଠାଇଲା ଭାରତ । ସମଗ୍ର ଏସିଆକୁ ଅଶୋଧିତ ତୈଳ ଯୋଗାଉଥିବା ଋଷ ବର୍ତ୍ତମାନ ସାଂଘାତିକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସହାୟତା କରିଛି ଭାରତ । ଚାହିବା ପୂରଣ ଲାଗି ଭାରତଠାରୁ ରୁଷ ଗ୍ୟାସୋଲିନ ଆମଦାନି ଆରମ୍ଭ କରିଛି । ନିକଟରେ ୟୁକ୍ରେନ ସେନା ରୁଷର ପ୍ରମୁଖ ଶକ୍ତି ଭିତ୍ତିଭୂମି ଉପରେ ପ୍ରଚଣ୍ଡ ଏୟାର ଷ୍ଟାଇକ୍ କରିଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାଯୋଗୁ ଦେଶରେ ଅଚାନକ ପେଟ୍ରୋଲ ଅଭାବ ଦେଖାଦେଇଛି ।
ଦୈନନ୍ଦିନ ଚାହିଦା ପୂରଣ କରିବା କାଠିକର ପାଠ ପାଲଟିଛି। ରୁଷର ୧୧ଟି ଟାଇମ୍ ଜୋନରେ ଶକ୍ତି ସକଟ ବୃଦ୍ଧି ପାଇଛି । ଦେଶବ୍ୟାପୀ ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କ ଲମ୍ବା ଲାଇନ ଲଗାଇଛନ୍ତି । ପେଟ୍ରୋଲ ଦରରେ ରେକର୍ଡ ବୃଦ୍ଧି ଘଟିଛି । ବିଶେଷକରି ପେଟ୍ରୋଲ ଚାହିଦା ପୁରଣ ଲାଗି ରୁଷ ବର୍ତ୍ତମାନ ବିଭିନ୍ନ ଦେଶ ସହିତ ଆଲୋଚନା ଜାରି ରଖିଛି । ଏକ ସୁଲଭ ତଥା ଗ୍ରହଣୀୟ ଦରରେ ତେଲ ଆମଦାନି ପାଇଁ ବିଭିନ୍ନ ରାଷ୍ଟ୍ର ସହିତ ଆଲୋଚନା କରୁଛି । ପୂର୍ବରୁ ରୁଷଠାରୁ ଭାରତ ତୈଳ ଆମଦାନି କରୁଥିବା ବେଳେ ଏବେ ସ୍ଥିତି ଦେଖି ରପ୍ତାନି କରିଛି ।

