ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଲୋକସଭାରେ ଦେଖିବାକୁ ମିଳିଛି ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ସ୍ୱାଭାବିକ କାର୍ଯ୍ୟ ଚାଲିପାରିନଥିଲା ।
ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଲୋକସଭାରେ ଦେଖିବାକୁ ମିଳିଛି ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ବିରୋଧ ଯୋଗୁଁ ସ୍ୱାଭାବିକ କାର୍ଯ୍ୟ ଚାଲିପାରିନଥିଲା । ପରିସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ ।
ହଟ୍ଟଗୋଳ ବଢ଼ିବାରୁ ଗୃହରେ ଶୃଙ୍ଖଳା ବଜାୟ ରଖିବା ସମ୍ଭବ ହୋଇନଥିଲା । ବାରମ୍ବାର ସାଂସଦମାନଙ୍କୁ ନିଜ ନିଜ ଆସନକୁ ଫେରିବା ଏବଂ ଗୃହର କାର୍ଯ୍ୟ ଚାଲିବାକୁ ସହଯୋଗ କରିବା ପାଇଁ ଅଧ୍ୟକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା କିନ୍ତୁ ହଟ୍ଟଗୋଳ ଥମି ନଥିବାରୁ ଶେଷରେ ଲୋକସଭାର କାର୍ଯ୍ୟକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି । ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିବା ବେଳେ ଲଗାତାର ହଟ୍ଟଗୋଳ ଯୋଗୁଁ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି ।

