ଦୀର୍ଘଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରର ନାଗପୁରରୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ଏଟିଏସ୍ର ଏହି କାର୍ଯ୍ୟାନୁଷ୍ଠାନ ପରେ ମାମଲାର ତଦନ୍ତରେ ଏକ ନୂଆ
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରେଷ୍ଟୁରାଣ୍ଟ ମାଲିକ ଶିବା ଶର୍ମାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରର ନାଗପୁରରୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ଏଟିଏସ୍ର ଏହି କାର୍ଯ୍ୟାନୁଷ୍ଠାନ ପରେ ମାମଲାର ତଦନ୍ତରେ ଏକ ନୂଆ ମୋଡ଼ ଆସିଛି ।
ପୁଲିସର ସୂଚନା ଅନୁଯାୟୀ, ଶ୍ରଦ୍ଧା ଦୁବେଙ୍କ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସିପଡ଼ି ରେଷ୍ଟୁରାଣ୍ଟ ମାଲିକ ଶିବା ଶର୍ମାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶ୍ରଦ୍ଧାଙ୍କ ସହ ତାଙ୍କ ଭଉଣୀ ରଶ୍ମି ଦୁବେ ଏବଂ ଡ୍ରାଇଭର ଦାନିଶଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।
ଶ୍ରଦ୍ଧା ଦୁବେଙ୍କୁ ଧରିବା ପାଇଁ ଲକ୍ଷ୍ନୌ ପୁଲିସ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ମାମଲାରେ ରଶ୍ମି ଦୁବେ ଏବଂ ଡ୍ରାଇଭର ଦାନିଶଙ୍କ ନାମରେ ମଧ୍ୟ ପୁରସ୍କାର ଘୋଷଣା ହୋଇଥିବା ସୂଚନା ରହିଛି।
ଫେରାର ରହିବା ସମୟରେ ଶ୍ରଦ୍ଧା ସୋସିଆଲ ମିଡିଆରେ ଭିଡିଓ ଜାରି କରିବା ସହ ବିଭିନ୍ନ ବୟାନ ଦେଉଥିବା କୁହାଯାଉଛି। ସେ ନେପାଳ ପଳାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏପରିକି ନେପାଳରେ ଥିବା ନେଇ ତାଙ୍କର ଏକ ସାକ୍ଷାତକାର ଗଣମାଧ୍ୟମରେ ପ୍ରକାଶ ପାଇଥିବା କୁହାଯାଇଛି। ପରବର୍ତ୍ତୀ ସମୟରେ ସେ ଲକ୍ଷ୍ନୌ ଏବଂ ଆଗ୍ରାର ଏକ ହୋଟେଲରେ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।
ସୂଚନା ଅନୁଯାୟୀ, ଲକ୍ଷ୍ନୌ ଏବଂ ବାରାଣସୀ ଏସ୍ଟିଏଫ୍ର ତଦନ୍ତକାରୀ ଟିମ୍କୁ ନାଗପୁରରେ ଶ୍ରଦ୍ଧାଙ୍କ ଅବସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଉତ୍ତରପ୍ରଦେଶ ଏଟିଏସ୍ ପକ୍ଷରୁ ଅଭିଯାନ ଚଳାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଶ୍ରଦ୍ଧାଙ୍କ ଗିରଫ ପରେ ଏବେ ପୁଲିସ ତାଙ୍କୁ ପଚରାଉଚରା କରି ଶିବା ଶର୍ମାଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ଅଜଣା ତଥ୍ୟ ଜାଣିବାକୁ ଚେଷ୍ଟା କରିବ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା କ’ଣ ଥିଲା ଏବଂ ଘଟଣା ଦିନ ପ୍ରକୃତରେ କ’ଣ ଘଟିଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

