ମଣିପୁରରେ ବଡ଼ ହିଂସା : ୬ ନାଗାଙ୍କ ମୃତଦେହ ଉଦ୍ଧାର ପରେ ବନ୍ଦ ଡାକରା

ମଣିପୁରରେ ନାଗା ସମ୍ପ୍ରଦାୟର ୬ ଜଣଙ୍କ ମୃତଦେହ ଉଦ୍ଧାର । ଏହାର ପ୍ରତିବାଦରେ ନାଗା ସଂପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଜଳାପୋଡ଼ା କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ମଣିପୁରରେ ନାଗା ସମ୍ପ୍ରଦାୟର ୬ ଜଣଙ୍କ ମୃତଦେହ ଉଦ୍ଧାର । ଏହାର ପ୍ରତିବାଦରେ ନାଗା ସଂପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଜଳାପୋଡ଼ା କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।  ମଣିପୁର ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି,  ପ୍ରାୟ ୨୪ ଘଣ୍ଟାର କଠିନ ପ୍ରୟାସ ପରେ ଗତକାଲି କାଙ୍ଗପୋକପି ଜିଲ୍ଲାରେ ୬ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଥିଲା । ଉଦ୍ଧାର ପରେ ମୃତଦେହଗୁଡ଼ିକୁ ଶବାଗାରରେ ରଖାଯାଇଛି ।

ମୃତ ବ୍ୟକ୍ତିମାନେ ମେ ୧୩ ତାରିଖରୁ ନିଖୋଜ ଥିଲେ । କୁକି ସଶସ୍ତ୍ର ଗୋଷ୍ଠୀ ଏମାନଙ୍କୁ ଅପହରଣ କରିଥିଲା ବୋଲି ଅଭିଯୋଗ ରହିଛି ।  ମଣିପୁର ପାର୍ବତ୍ୟାଞ୍ଚଳ ଜିଲ୍ଲାଗୁଡ଼ିକରେ କୁକି ଓ ନାଗା ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗିରହିଛି । ମଣିପୁର ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ କହିଛନ୍ତି, ହିଂସା ଘଟଣା ନେଇ ସରକାର ନିରବଦ୍ରଷ୍ଟା ସାଜିନାହାନ୍ତି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋବି ଖେମଚାନ୍ଦ କହିଛନ୍ତି ।

Leave a Reply

Your email address will not be published. Required fields are marked *