ଭାରତ ଆସୁଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ; ହୋଇପାରେ ବଡ଼ ବାଣିଜ୍ୟିକ ଚୁକ୍ତି

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ବଢ଼ିଲା ଆଶା । ଚଳିତ ସପ୍ତାହରେ ଭାରତ ଆସୁଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ । ୧୭ ରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ମୁମ୍ବାଇ ଓ ଜାମନଗର କରିବେ ଗସ୍ତ। 

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ବଢ଼ିଲା ଆଶା, ଚଳିତ ସପ୍ତାହରେ ଭାରତ ଆସୁଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ। ୧୭ ରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ସେ ମୁମ୍ବାଇ ଏବଂ ଜାମନଗର ମଧ୍ୟ ଗସ୍ତ କରିବେ। ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ରୁବିଓଙ୍କ ଗସ୍ତର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ମଜବୁତ କରିବା ଏବଂ ବାଣିଜ୍ୟ, ଶକ୍ତି ଏବଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ କହିଛନ୍ତି ଯେ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

Leave a Reply

Your email address will not be published. Required fields are marked *