ବିବାହ ପରେ ବି ପତ୍ନୀଙ୍କ ‘ନା’ର ମୂଲ୍ୟ! ବୈବାହିକ ଦୁଷ୍କର୍ମ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ବୈବାହିକ ଦୁଷ୍କର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ । ବିବାହ ପରେ ବି ଶେଷ ହୁଏନି ପତ୍ନୀଙ୍କ ସହମତିର ଅଧିକାର । ବିବାହର ଅର୍ଥ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାୟତ୍ତତାର ଅନ୍ତ ନୁହେଁ ।

 ବୈବାହିକ ଦୁଷ୍କର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ । ବିବାହ ପରେ ବି ଶେଷ ହୁଏନି ପତ୍ନୀଙ୍କ ସହମତିର ଅଧିକାର । ବିବାହର ଅର୍ଥ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାୟତ୍ତତାର ଅନ୍ତ ନୁହେଁ । ବହୁ ବିବାଦୀୟ ବୈବାହିକ ଦୁଷ୍କର୍ମ ଭଳି ଅଭିଯୋଗକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବ କି ନୁହେଁ, ସେ ସଂପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ବୈବାହିକ ଦୁଷ୍କର୍ମ: ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

– ବୈବାହିକ ଦୁଷ୍କର୍ମ ଅଭିଯୋଗକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବ କି?  
– ଜଣେ ସ୍ୱାମୀଙ୍କୁ ବଳାତ୍କାର ଅପରାଧରେ ମାମଲା କରାଯାଇପାରିବ କି?
– ବୈବାହିକ ଦୁଷ୍କର୍ମକୁ ନେଇ ବଡ଼ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ 
– ବିବାହ ପରେ ବି ଶେଷ ହୁଏନି ପତ୍ନୀଙ୍କ ସହମତିର ଅଧିକାର
– ବିବାହର ଅର୍ଥ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାୟତ୍ତତାର ଅନ୍ତ ନୁହେଁ 
– ସୁପ୍ରିମକୋର୍ଟ ପ୍ରଥମେ କର୍ଣ୍ଣାଟକ ହାଇକୋର୍ଟର ରାୟ ବିରୁଦ୍ଧରେ ଦାୟର ଅପିଲ ଶୁଣିବେ
– ବିବାହିତ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ 
– ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ରଖିଲେ ପକ୍ଷ
– ବୈବାହିକ ଦୁଷ୍କର୍ମକୁ ଭିନ୍ନ ଅପରାଧ ଦର୍ଶାଇବା ସଂସଦ ଓ କାର୍ଯ୍ୟପାଳିକାର କାମ 
– ଏହା ସୁପ୍ରିମକୋର୍ଟଙ୍କ ଅଧିକାର କ୍ଷେତ୍ରର ବିଷୟ ନୁହେଁ ବୋଲି କହିଲା କେନ୍ଦ୍ର 
– ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ 

Leave a Reply

Your email address will not be published. Required fields are marked *