ବାଂଲାଦେଶଠାରୁ ଏହି କାରଣରୁ ହାରିଲା କଙ୍ଗାରୁ ଟିମ୍‌, ମାନିଲେ ପ୍ୟାଟ୍‌ କମିନ୍ସ

ଅଷ୍ଟ୍ରେଲୀୟ ବ୍ୟାଟରମାନେ ଅଧିକ ସମୟ କ୍ରିଜରେ ଟିକି ରହିବା ଆବଶ୍ୟକ ଥିଲା । କମିନ୍ସ କହିଛନ୍ତି, ପ୍ରଥମ ଦିନ ଦଳକୁ ଅଧିକ ସମୟ ବ୍ୟାଟିଂ କରିବାର ଥିଲା । ଏହାପରେ ବୋଲିଂରେ ମଧ୍ୟ ବାଂଲାଦେଶ ଉପରେ ଚାପ ସୃଷ୍ଟି କରିବାରେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା ।

ଲାଦେଶ ବିପକ୍ଷରେ ପରାଜୟ ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ନିଜ ଦଳର ପ୍ରଦର୍ଶନକୁ ନେଇ ବଡ଼ ବୟାନ ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ କଙ୍ଗରୁ ଟିମ୍‌ର ପ୍ରଦର୍ଶନ ଭଲ ନଥିଲା । ଦଳର ଶୋଚନୀୟ ପରାଜୟ ପରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆ ଟିମ୍‌ ଅଧି ନାୟକ ପ୍ୟାଟ୍‌ କମିନ୍ସ । ବାଂଲାଦେଶ ଟିମ୍‌ ଡର୍ବିନ୍‌ ଟେଷ୍ଟରେ ଅଷ୍ଟେଲିଆକୁ ୯ ୱିକେଟ୍‌ରେ ଧୂଳି ଚଟାଇ ଐତିହାସିକ ବିଜୟ ହାସଲ କରିଥିଲା । ଦଳକୁ ନେଇ ପ୍ୟାଟ୍‌ କମିନ୍ସ କହିଛନ୍ତି ଯେ ଦଳର ପ୍ରସ୍ତୁତି ଭଲ ଥିବା ସତ୍ତ୍ବେ ମଇଦାନ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା । ସେ କହିଥିଲେ ଯେ ପ୍ରଥମ ଦିନ ୱିକେଟରୁ ବୋଲରଙ୍କୁ କିଛି ସହାୟତା ମିଳୁଥିଲେ ମଧ୍ୟ ଅଷ୍ଟ୍ରେଲୀୟ ବ୍ୟାଟରମାନେ ଅଧିକ ସମୟ କ୍ରିଜରେ ଟିକି ରହିବା ଆବଶ୍ୟକ ଥିଲା । କମିନ୍ସ କହିଛନ୍ତି, ପ୍ରଥମ ଦିନ ଦଳକୁ ଅଧିକ ସମୟ ବ୍ୟାଟିଂ କରିବାର ଥିଲା । ଏହାପରେ ବୋଲିଂରେ ମଧ୍ୟ ବାଂଲାଦେଶ ଉପରେ ଚାପ ସୃଷ୍ଟି କରିବାରେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା ।

ବାଂଲାଦେଶର ପ୍ରଦର୍ଶନକୁ ପ୍ରଶଂସା କରି କମିନ୍ସ କହିଛନ୍ତି ଯେ ମ୍ୟାଚର ପ୍ରତ୍ୟେକ ବିଭାଗରେ ଘରୋଇ ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇଥିଲା । ବାଂଲାଦେଶୀ ଖେଳାଳିମାନେ ପୂରା ମ୍ୟାଚରେ ଧୈର୍ଯ୍ୟ ଓ ଶୃଙ୍ଖଳା ସହ କ୍ରିକେଟ ଖେଳିଥିଲେ। ଥରେ ଅଷ୍ଟ୍ରେଲିଆ ପଛରେ ପଡ଼ିବା ପରେ ମ୍ୟାଚକୁ ଫେରିବା କଷ୍ଟକର ହୋଇଥିଲା ବୋଲି ସେ କହିଛନ୍ତି ।
ଅଷ୍ଟ୍ରେଲିଆର ଅନେକ ବ୍ୟାଟର ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଆଗାମୀ ମ୍ୟାଚ ପୂର୍ବରୁ ଦଳ ନିଜର ମ୍ୟାଚ୍-ଅପ୍ ଏବଂ ପ୍ଲେଇଂ ଇଲେଭେନ୍‌ର ସଂଯୋଜନ ଉପରେ ବିଚାର କରିବ ବୋଲି କମିନ୍ସ କହିଛନ୍ତି । ପରାଜୟ ପରେ ଦଳ ନିଜର ରଣନୀତି ଓ ଖେଳାଳିଙ୍କ ପ୍ରଦର୍ଶନର ସମୀକ୍ଷା କରିଥାଏ । ତେବେ ଅଷ୍ଟ୍ରେଲିଆ ଶୀଘ୍ର ଫେରିବାରେ ସକ୍ଷମ ବୋଲି କମିନ୍ସ ଆଶାବାଦୀ ଅଛନ୍ତି ।

କମିନ୍ସ କହିଛନ୍ତି, ‘ଆମେ ଫେରିବାରେ ବହୁତ ଭଲ । ବ୍ୟାଟରଙ୍କ ସମେତ ପ୍ରତ୍ୟେକ ବିଭାଗ ଏକାଠି ବସି ଏହି ମ୍ୟାଚର ସମୀକ୍ଷା କରିବ ଏବଂ କେଉଁଠି ସୁଧାର ଆବଶ୍ୟକ ତାହା ଦେଖିବ ।’ ପରାଜୟ ପାଇଁ କୌଣସି ବାହାନା ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ଅଷ୍ଟ୍ରେଲୀୟ ଅଧିନାୟକ । ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଏହି ମ୍ୟାଚରେ ତାଙ୍କ ଦଳ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଛି ବୋଲି କମିନ୍ସ ସ୍ୱୀକାର କରିଛନ୍ତି ।

Leave a Reply

Your email address will not be published. Required fields are marked *