କିଛି ଦିନ ତଳେ ମରାମତି ହୋଇଥିବା ରାସ୍ତା ଏବେ ଭରି ଯାଇଛି ଖାଲ ଖମାରେ । ପୁଣି ଏହି ଲାଗିରହିଥିବା ବର୍ଷା ରେ ଭରିଯାଇଛି ସବୁ ଖାଲଖମା । ଯାତ୍ରୀଟିଏ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖୀନ୍ନ ହେଉଛି । ଫଳରେ ବେହାଲ ଏବେ ସ୍ଥିତି ।
ଜାରିରହିଛି ଲଗାଣ ବର୍ଷା। ଏହି ବର୍ଷା ଆଣିଛି ରାସ୍ତାରେ ଯାତାୟାତ କରୁଥିବା ପଥିକଙ୍କ ପାଇଁ ବିପଦ । କିଛି ଦିନ ତଳେ ମରାମତି ହୋଇଥିବା ରାସ୍ତା ଏବେ ଭରି ଯାଇଛି ଖାଲ ଖମାରେ । ପୁଣି ଏହି ଲାଗିରହିଥିବା ବର୍ଷା ରେ ଭରିଯାଇଛି ସବୁ ଖାଲଖମା । ଯାତ୍ରୀଟିଏ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖୀନ୍ନ ହେଉଛି । ଫଳରେ ବେହାଲ ଏବେ ସ୍ଥିତି ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ର ବାଂକୋଇରୁ ସଗାରଗୁଆଁ ରାସ୍ତାର ଏମିତି ଅବସ୍ଥା । ପ୍ରତେହ ସ୍କୁଲ ,କଲେଜ,ବ୍ଲକ, ହସ୍ପିଟାଲ , ବ୍ୟାଙ୍କ ଆଦି ଯାଉଛନ୍ତି ଏହି ରାସ୍ତା ଦେଇ ୭-୮ ଟି ପଂଚାୟତ ଲୋକେ । କିଛି ଦିନ ତଳେ ପୂର୍ତ୍ତ ବିଭାଗ ମରାମତି କରି ଛାଡ଼ିଦେଇଥିଲା,ଏବେ ଦିନ କେଇଟା ରେ ଖାଲ ଖାନା ରେ ଭରି ଯାଇଛି । ବର୍ଷା ଆରମ୍ଭରେ ଏଇ ଅବସ୍ଥା ହେଲେ ପରେ କିପରି ଅବସ୍ଥାକୁ ଆସିବ ଆଉ କେତେ ଦୁର୍ଘଟଣା ଯନ୍ତ୍ରଣା ଦେଖିବେ ଲୋକେ । ରାସ୍ତାରେ ପଡ଼ି ହୀନସ୍ତା ଭୋଗୁଛନ୍ତି ଲୋକେ ।
