ଫିଫା ବିଶ୍ବକପ୍‌: ରୁମ୍‌ଙ୍କ ଚମକରେ କ୍ୟୁରସାଓକୁ ଐତିହାସିକ ପଏଣ୍ଟ୍‌

୧୯୬୬ରେ ଆମେରିକା ଗୋଲି ଟିମ୍‌ ହାୱାର୍ଡ ଏହି ସଫଳତା ବେଲ୍‌ଜିୟମ୍‌ ବିପକ୍ଷରେ ପାଇଥିଲେ। ରୁମ୍‌ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଗତ ନଭେମ୍ବରରେ ଜାମାଇକା ବିପକ୍ଷରେ ତାଙ୍କ ଦଳ କ୍ଲିନ୍‌ ସିଟ୍‌ ବିଜୟ ସହ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିଥିଲା।

ଚଳିତ ଫିଫା ବିଶ୍ବକପ୍‌ରେ ରବିବାର ସକାଳେ ଏଲୋୟ ରୁମ୍‌ଙ୍କ ଚମତ୍କାର ଗୋଲ୍‌ରକ୍ଷଣ ଯୋଗୁଁ ଉତ୍ତର ଆମେରୀକୟ ଦ୍ବୀପ କ୍ୟୁରସାଓ ଐତିହାସିକ ପଏଣ୍ଟ କରାୟତ୍ତ କରିଛି। ତାଙ୍କର ଏହି ଚମତ୍କାରିତା ଯୋଗୁଁ ଶକ୍ତିଶାଳୀ ଇକ୍ବେଡର ବିପକ୍ଷ ଗ୍ରୁପ୍‌-ଇ’ର ଏହି ମ୍ୟାଚ୍‌କୁ କ୍ୟୁରସାଓ ଗୋଲ୍‌ଶୂନ୍ୟ ଡ୍ର ରଖିବାକୁ ସକ୍ଷମ ହୋଇ ବିଶ୍ବକପ୍‌ରେ ପ୍ରଥମ ପଏଣ୍ଟ ପାଇବାର ଐିତିହାସିକ ସଫଳତା ପାଇଛି। ଏହି ମ୍ୟାଚ୍‌ରେ କ୍ୟୁରସାଓ ଗୋଲି ୩୭ ବର୍ଷୀୟ ରୁମ୍‌ ୧୫ଟି ଗୋଲ୍‌ ରକ୍ଷା କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଏଥିସହ ସେ ୯୦ ମିନିଟ୍‌ର ବିଶ୍‌କପ୍‌ ମ୍ୟାଚ୍‌ରେ ସର୍ବାଧିକ ଗୋଲ୍‌ ରକ୍ଷା କରିବାର ରେକର୍ଡ ୧୬ଠୁ ମାତ୍ର ଗୋଟିଏ ପଛରେ ପଡ଼ିଯାଇଥିଲେ। ୧୯୬୬ରେ ଆମେରିକା ଗୋଲି ଟିମ୍‌ ହାୱାର୍ଡ ଏହି ସଫଳତା ବେଲ୍‌ଜିୟମ୍‌ ବିପକ୍ଷରେ ପାଇଥିଲେ। ରୁମ୍‌ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଗତ ନଭେମ୍ବରରେ ଜାମାଇକା ବିପକ୍ଷରେ ତାଙ୍କ ଦଳ କ୍ଲିନ୍‌ ସିଟ୍‌ ବିଜୟ ସହ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିଥିଲା। ହେଲେ ଚଳିତ ବିଶ୍ବକପ୍‌ରେ କ୍ୟୁରସାଓ ନିଜର ପ୍ରଥମ ମ୍ୟାଚ୍‌ରେ ୧-୭‌ ଗୋଲ୍‌ରେ ୪ ଥରର ବିଜେତା ଜର୍ମାନୀଠୁ ପରାଜିତ ହୋଇଥିଲା।

ଏହି ଗ୍ରୁପ୍‌ରେ ଜର୍ମାନୀ ୨ରୁ ୨ ଜିତି ନକ୍‌ଆଉଟ୍‌ରେ ପହଞ୍ଚି ସାରିଥିଲା ବେଳେ ଇକ୍ବେଡର ଓ କ୍ୟୁରସାଓ ମ୍ୟାଚ୍‌ ଡ୍ର ଉଭୟ ଦଳର ରାଉଣ୍ଡ-୩୨ ଆଶାକୁ ବଳବତ୍ତରେ ରଖିଛି। କ୍ୟୁରସାଓ ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଆଇଭରିକୋଷ୍ଟ୍‌କୁ ଏବଂ ଇ‌କ୍ବେଡର ଶକ୍ତିଶାଳୀ ଜର୍ମାନୀକୁ ଭେଟିବ।

Leave a Reply

Your email address will not be published. Required fields are marked *