ପୁଣି ଶଙ୍ଖ ଧରିଲେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା , ବିଜେପି ଛାଡ଼ି ବିଜେଡିକୁ ଫେରିଲେ

ପୁଣି ଶଙ୍ଖ ଧରିଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ କର୍ମୀ । ବିଜେପି ଛାଡ଼ି ବିଜେଡିକୁ ଫେରିଲେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ. ପ୍ରିୟଦର୍ଶନୀ ଆଚାରୀ, ତାଙ୍କ ସ୍ୱାମୀ କେ. ନୀଳମାଧବ ଆଚାରୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ।

ପୁଣି ଶଙ୍ଖ ଧରିଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ କର୍ମୀ । ବିଜେପି ଛାଡ଼ି ବିଜେଡିକୁ ଫେରିଲେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ. ପ୍ରିୟଦର୍ଶନୀ ଆଚାରୀ, ତାଙ୍କ ସ୍ୱାମୀ କେ. ନୀଳମାଧବ ଆଚାରୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ । ଦେଢ଼ ବର୍ଷ ତଳେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଅଞ୍ଚଳର ବିକାଶ ଆଶାରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ମାତ୍ର ବିଜେପିରେ କୌଣସି ସୁବିଧା ସୁଯୋଗ ମିଳିଲାନି, ଉନ୍ନୟନ କାର୍ଯ୍ୟର ବିଲ୍ ହେଲାନି । ମନ୍ତ୍ରୀ ଜାଣିଶୁଣି ହଇରାଣ କରୁଥିବାରୁ ଅତିଷ୍ଠ ହୋଇ ସମସ୍ତେ ପୁରୁଣା ଦଳକୁ ଫେରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହାପରେ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ  ନବୀନ ନିବାସରେ ପହଁଚି ଦଳୀୟ ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । 

Leave a Reply

Your email address will not be published. Required fields are marked *