ପାରସ୍ୟ ଉପସାଗରରେ ଗୋଟିଏ ରାତିରେ ୭ ଜାହାଜ ଉପରେ ଆକ୍ରମଣ: ଆଇଆରଜିସି ନୌସେନା ଦେଲା ସୂଚନା

ଆଇଆରଜିସି ଅନୁଯାୟୀ, ନୌବାହିନୀ ପୂର୍ବରୁ ଜାହାଜ କମ୍ପାନିଗୁଡ଼ିକୁ ତେହେରାନ ଦ୍ୱାରା ବେଆଇନ ସାମୁଦ୍ରିକ ପଥ ଭାବରେ ଦର୍ଶାଯାଇଥିବା ସାମୁଦ୍ରିକ ମାର୍ଗ ବ୍ୟବହାର ନକରିବାକୁ ଚେତାବନୀ ଦେଇଥିଲା। ମାତ୍ର କମ୍ପାନିଗୁଡ଼ିକୁ ଆମେରିକୀୟ ସେନା ନିର୍ଦ୍ଦେଶରେ ବିନା ଅନୁମତିରେ ଜଳପଥ ଦେଇ ଯିବାକୁ ଉଦ୍ୟମ କରିଥିଲେ।

ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ ତେହେରାନ ରଣନୈତିକ ଜଳପଥ ଉପରେ ନିୟନ୍ତ୍ରଣ ବଜାୟ ରଖିଥିବା ନେଇ ନିଜର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ନୌସେନା କହିଛି ଯେ, ପାରସ୍ୟ ଉପସାଗର ଏବଂ ହର୍ମୁଜ୍ ପ୍ରଣାଳୀର ପଶ୍ଚିମରେ ସାତଟି ଜାହାଜ ଉପରେ ଆକ୍ରମଣ କରାଯାଇଛି। ଆଇଆରଜିସି କହିଛି ଯେ, ଉତ୍ତର ପାରସ୍ୟ ଉପସାଗରରେ ଜାହାଜରୁ ଜାହାଜ ତେଲ ସ୍ଥାନାନ୍ତର କରୁଥିବା ଚାରୋଟି ଜାହାଜ ଉପରେ ହୋଇଥିବା ଏକକାଳୀନ ଆକ୍ରମଣରେ ସେସବୁରେ ନିଆଁ ଲାଗିଯାଇଥିଲା। ଉତ୍ତର-କେନ୍ଦ୍ରୀୟ ପାରସ୍ୟ ଉପସାଗରରେ ଜାହାଜରୁ ଜାହାଜକୁ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକର ଟ୍ରାକିଂ କରି ପିଛା କରିଥିଲା।

ସେହିପରି ହର୍ମୁଜ୍ ପ୍ରଣାଳୀର ପଶ୍ଚିମରେ ସମୁଦ୍ର ମାଇନ୍ ଆକ୍ରମଣରେ ଅନ୍ୟ ତିନୋଟି ଜାହାଜ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜାହାଜଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଆଇଆରଜିସିର ଦାବିକୁ ଯାଞ୍ଚ୍ କରାଯାଇ ନାହିଁ। ମୃତାହତ, ଜାହାଜର ପରିଚୟ କିମ୍ବା କ୍ଷୟକ୍ଷତିର ପରିମାଣ ସମ୍ପର୍କରେ କୌଣସି ସୂଚନା ଉପଲବ୍ଧ ହୋଇନାହିଁ।

ଆଇଆରଜିସି ଅନୁଯାୟୀ, ନୌବାହିନୀ ପୂର୍ବରୁ ଜାହାଜ କମ୍ପାନିଗୁଡ଼ିକୁ ତେହେରାନ ଦ୍ୱାରା ବେଆଇନ ସାମୁଦ୍ରିକ ପଥ ଭାବରେ ଦର୍ଶାଯାଇଥିବା ସାମୁଦ୍ରିକ ମାର୍ଗ ବ୍ୟବହାର ନକରିବାକୁ ଚେତାବନୀ ଦେଇଥିଲା। ମାତ୍ର କମ୍ପାନିଗୁଡ଼ିକୁ ଆମେରିକୀୟ ସେନା ନିର୍ଦ୍ଦେଶରେ ବିନା ଅନୁମତିରେ ଜଳପଥ ଦେଇ ଯିବାକୁ ଉଦ୍ୟମ କରିଥିଲେ।

ନୌସେନା ଇରାନୀ ଜନତାଙ୍କ ଦୃଢ଼ତା ଏବଂ ସମର୍ଥନ ପାଇଁ ସେମାନଙ୍କୁ ପ୍ରଶଂସା କରି କହିଛି ଯେ, ଜାତୀୟ ଏକତା ଦେଶର ସଶସ୍ତ୍ର ବାହିନୀକୁ ମଜବୁତ କରିଛି ଏବଂ ବିରୋଧୀଙ୍କ ମନୋବଳକୁ ଦୁର୍ବଳ କରିଛି। ନୌସେନା ଇରାନ ଲୋକଙ୍କ ସମର୍ଥନରେ ହର୍ମୁଜ୍ ପ୍ରଣାଳୀରେ ପରିଚାଳନା ଏବଂ ନିୟନ୍ତ୍ରଣ ଜାରି ରଖିଛି।

Leave a Reply

Your email address will not be published. Required fields are marked *