ପାନ ମସଲାର ପ୍ୟାକେଜିଂକୁ ନେଇ କଡ଼ା ନିୟମ ଲାଗୁ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) । ଏଣିକି ପାନ ମସଲା ପ୍ୟାକେଜିଂରେ କୌଣସି ପ୍ରକାରର ପ୍ଲାଷ୍ଟିକ୍ କିମ୍ବା ଆଲୁମିନିୟମ ଫଏଲ୍ ବ୍ୟବହାର କରାଯାଇପାରିବ ନାହିଁ ।
ପାନ ମସଲାର ପ୍ୟାକେଜିଂକୁ ନେଇ କଡ଼ା ନିୟମ ଲାଗୁ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) । ଏଣିକି ପାନ ମସଲା ପ୍ୟାକେଜିଂରେ କୌଣସି ପ୍ରକାରର ପ୍ଲାଷ୍ଟିକ୍ କିମ୍ବା ଆଲୁମିନିୟମ ଫଏଲ୍ ବ୍ୟବହାର କରାଯାଇପାରିବ ନାହିଁ । ଏନେଇ FSSAI ପକ୍ଷରୁ Food Safety and Standards (Packaging) Amendment Regulations, 2026 ବିଜ୍ଞପ୍ତି ଜାରି କରାଯାଇଛି । ଅଗଷ୍ଟ ୧୦ରେ ଏହି ନୂଆ ନିୟମ ଭାରତ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହା ଅଧୀନରେ Food Safety and Standards (Packaging) Regulations, 2018ର Schedule-IVରେ ପାନ ମସଲା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଡ଼ାଯାଇଛି ।
ନୂଆ ନିୟମ ଅନୁସାରେ, ପାନ ମସଲା କେବଳ କାଗଜ, ପେପରବୋର୍ଡ, ସେଲୁଲୋଜ୍ କିମ୍ବା ଅନ୍ୟ ପ୍ରାକୃତିକ ଉତ୍ସରୁ ପ୍ରସ୍ତୁତ ସାମଗ୍ରୀରେ ପ୍ୟାକ୍ କରାଯାଇପାରିବ । ଏହି ପ୍ୟାକେଜିଂରେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ମିଶ୍ରଣ ରହିପାରିବ ନାହିଁ । ପଲିଥିନ୍, ପଲିପ୍ରୋପିଲିନ୍, ପଲିଏଷ୍ଟର, PVC, ସିନ୍ଥେଟିକ୍ ପଲିମର, କୋପଲିମର ଏବଂ ପ୍ଲାଷ୍ଟିକ୍ ଲାମିନେଟ୍ ଭଳି ସାମଗ୍ରୀର ବ୍ୟବହାର ମଧ୍ୟ ନିଷେଧ କରାଯାଇଛି ।

