ପାକିସ୍ତାନର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ନେଇ ନକଭୀଙ୍କ ବୟାନ ପରଠାରୁ ସରକାରରେ ଅସ୍ଥିରତା ବଢ଼ିଯାଇଛି । ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ନକଭି ସ୍ପଷ୍ଟ କରିଛନ୍ତି ଯେ ଦେଶର ବର୍ତ୍ତମାନର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ପାକିସ୍ତାନରେ ପୁଣି ସାମରିକ ଶାସନ ଆଶଙ୍କା । ପାକିସ୍ତାନରେ ଏକ ସାମରିକ ବିଦ୍ରୋହର ଆଶଙ୍କା ଘନେଇବାରେ ଲାଗିଛି। ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କ ଅତି ନିକଟତମ ସହଯୋଗୀ ତଥା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମହସିନ ନକଭି ଦେଶର ମଙ୍ଗ ଧରିପାରନ୍ତି । ପାକିସ୍ତାନର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ନେଇ ନକଭୀଙ୍କ ବୟାନ ପରଠାରୁ ସରକାରରେ ଅସ୍ଥିରତା ବଢ଼ିଯାଇଛି । ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ନକଭି ସ୍ପଷ୍ଟ କରିଛନ୍ତି ଯେ ଦେଶର ବର୍ତ୍ତମାନର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ପୂର୍ବଭଳି ସାଧାରଣ ଭାବେ ଦେଶ ଚଳାଇବା ଆଉ ସମ୍ଭବ ନୁହେଁ ।
ଏହି ମନ୍ତବ୍ୟ ପରେ ପାକିସ୍ତାନରେ ବର୍ତ୍ତମାନ ଜାରି ରହିଥିବା ହାଇବ୍ରିଡ୍ ଶାସନ ବ୍ୟବସ୍ଥା ସ୍ଥାନରେ ସିଧାସଳଖ ସାମରିକ ଶାସନ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ବ୍ୟାପାର ବିଶେଷଜ୍ଞ ଏବଂ ଭାରତୀୟ ସେନାର ଅବସରପ୍ରାପ୍ତ ମେଜର ଜେନେରାଲ ସିଏମ୍ ସେଠ୍ ମଧ୍ୟ ଏହି ମନ୍ତବ୍ୟକୁ ପାକିସ୍ତାନରେ ଆଗକୁ ଆସୁଥିବା ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ବୋଲି ଦର୍ଶାଇଛନ୍ତି ।
ପାକିସ୍ତାନୀ ୟୁଟ୍ୟୁବର ଆଦିଲ୍ ରାଜା ଦାବି କରିଛନ୍ତି ଯେ ଦେଶର ସାମରିକ ନେତୃତ୍ବ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ବଦଳାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଏହି ନୂତନ ବ୍ୟବସ୍ଥା ଅଧୀନରେ ଅସୀମ ମୁନିର ଦେଶର ରାଷ୍ଟ୍ରପତି ଏବଂ ମହସିନ ନକଭି ପ୍ରଧାନମନ୍ତ୍ରୀ ହୋଇପାରନ୍ତି, ଯାହା ଦ୍ଵାରା ଦେଶରେ ଏକ ଗଣତାନ୍ତ୍ରିକ ମୁଖା ଜାରି ରହିବ ।

