ନିଜ ନାବାଳିକା ଝିଅକୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ରୁପେନ୍ଦ୍ର ମୁରାରି ପାତ୍ରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ । ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ହୋଇଛି ନିର୍ଦ୍ଦେଶ ।
ନିଜ ରକ୍ତର ସମ୍ପର୍କରେ ଦାଗ ଲଗାଇଲା ବାପା, ଯେଉଁ ହାତ ଝିଅକୁ ସୁରକ୍ଷା ଦେବା କଥା, ସେହି ହାତରେ ଝିଅ ହେଲା ଯୌନ ଉତ୍ପୀଡ଼ନର ଶିକାର । ଏଭଳି ଲଜ୍ଜାଜନକ ଘଟଣାରେ ଏବେ ଦୋଷୀ ବାପାକୁ ମିଳିଛି କଠୋର ଦଣ୍ଡ । ନିଜ ନାବାଳିକା ଝିଅକୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ରୁପେନ୍ଦ୍ର ମୁରାରି ପାତ୍ରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ । ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ହୋଇଛି ନିର୍ଦ୍ଦେଶ ।
ଘଟଣା ୨୦୨୫ର…କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ନିଜ ନାବାଳିକା ଝିଅକୁ ବାପା ରୁପେନ୍ଦ୍ର ମୁରାରି ପାତ୍ର ଯୌନ ଉତ୍ପୀଡ଼ନ କରୁଥିବା ଅଭିଯୋଗ ହୋଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ମା’ ଏହାର ପ୍ରତିବାଦ କରିବା ସହ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା ।
ମାମଲାର ବିଚାର ସମୟରେ ୮ ଜଣ ସାକ୍ଷୀଙ୍କ ବୟାନ ଓ କୋର୍ଟରେ ଉପସ୍ଥାପିତ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ । ଏହାପରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି । ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

