କିଛି ଦିନ ପରେ ପୁଣି ଚମକିଲା ସେୟାର ବଜାର, ବଢ଼ିଲା ନିବେଶକଙ୍କ ମଧ୍ୟରେ ଉତ୍ସାହ

ତେବେ ବଜାର ଉପରେ ଏବେ ବି ରହିଛି ବିଦେଶୀ ନିବେଶକଙ୍କ ବିକ୍ରି ଚାପ । ଏକ୍ସଚେଞ୍ଜ ତଥ୍ୟ ଅନୁସାରେ, ମଙ୍ଗଳବାର ବିଦେଶୀ ପ୍ରତିଷ୍ଠାନଗତ ନିବେଶକ ବା ଏଫଆଇଆଇ ୩ ହଜାର ୮୦୯.୯୯ କୋଟି ଟଙ୍କାର ଶେୟର ବିକ୍ରି କରିଥିଲେ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଅନିଶ୍ଚିତତା ବିଶ୍ୱ ବଜାରର ରିସ୍କ ଆପେଟାଇଟ୍‌କୁ ପ୍ରଭାବିତ କରୁଥିବାରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ୁଛି । ଏସିଆର ବଜାରକୁ ଦେଖିଲେ ଦକ୍ଷିଣ କୋରିଆର କୋସ୍ପି ସକାରାତ୍ମକ ରହିଥିବା ବେଳେ ସାଂଘାଇର ଏସ୍ଏସ୍ଇ କମ୍ପୋଜିଟ୍ ଏବଂ ହଂକଂର ହ୍ୟାଙ୍ଗ ସେଙ୍ଗ ନିମ୍ନମୁଖୀ ରହିଥିଲା। ସେହିପରି ମଙ୍ଗଳବାର ଆମେରିକୀୟ ବଜାର ମଧ୍ୟ ମିଶ୍ରିତ ଫଳାଫଳ ସହ ବନ୍ଦ ହୋଇଥିଲା। 

ମଙ୍ଗଳବାର ହ୍ରାସ ପରେ ଆଜି ପୁଣି ଟ୍ରାକ୍‌କୁ ଫେରିଛି ଭାରତୀୟ ସେୟର ବଜାର । ବୁଧବାର ସକାଳୁ ସେନସେକ୍ସ ଓ ନିଫ୍ଟି ଉଭୟ ସବୁଜ ଚିହ୍ନରେ କାରବାର ଆରମ୍ଭ କରିଛନ୍ତି । ଅଶୋଧିତ ତୈଳ ଦରରେ ହ୍ରାସ ନିବେଶକଙ୍କୁ କିଛିଟା ଆଶ୍ୱସ୍ତ କରିଥିବା ବେଳେ ବିଦେଶୀ ନିବେଶକଙ୍କ ବିକ୍ରି ଏବେ ବି ବଜାର ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । ସେପ୍ଟେମ୍ବର ୨୩, ବୁଧବାର ସକାଳୁ ଭାରତୀୟ ଶେୟର ବଜାରରେ ଦେଖିବାକୁ ମିଳିଛି ସୁଧାର । ୩୦ଟି ପ୍ରମୁଖ କମ୍ପାନୀକୁ ନେଇ ଗଠିତ ବିଏସଇ ସେନସେକ୍ସ ପ୍ରାରମ୍ଭିକ  କାରବାରରେ ୨୮୩.୬୬ ପଏଣ୍ଟ ବଢ଼ି ୭୪ ହଜାର ୮୧୨.୭୪ ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ଏନଏସଇ ନିଫ୍ଟି ମଧ୍ୟ ୮୫.୫୫ ପଏଣ୍ଟ ବୃଦ୍ଧି ପାଇ ୨୩ ହଜାର ୪୧୪.୫୫ ପଏଣ୍ଟରେ କାରବାର କରିଥିଲା ।

ସେନସେକ୍ସର ୩୦ଟି କମ୍ପାନୀ ମଧ୍ୟରୁ ବଜାଜ ଫାଇନାନ୍ସ, ବଜାଜ ଫିନସର୍ଭ, ଟାଟା ଷ୍ଟିଲ୍, ଅଲ୍ଟ୍ରାଟେକ୍ ସିମେଣ୍ଟ, ଲାର୍ସନ୍ ଆଣ୍ଡ ଟୁବ୍ରୋ ଏବଂ ଏସିଆନ୍ ପେଣ୍ଟସ୍ ଭଳି ଷ୍ଟକ୍‌ରେ କିଣାକିଣି ଦେଖାଯାଇଥିଲା । ଅନ୍ୟପକ୍ଷରେ ଟିସିଏସ୍, ଇନଫୋସିସ୍, ଏଚଡିଏଫସି ବ୍ୟାଙ୍କ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି ଷ୍ଟକ୍ ଚାପରେ ରହିଥିଲା । ବଜାରକୁ ଆଜି ଆଉ ଏକ ଆଶ୍ୱସ୍ତି ଦେଇଛି ଅଶୋଧିତ ତୈଳ ଦର । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ୦.୯୭ ପ୍ରତିଶତ ହ୍ରାସ ପାଇ ୯୮.୨୯ ଡଲାର ପ୍ରତି ବ୍ୟାରେଲ୍‌ରେ କାରବାର କରୁଥିଲା । ଭାରତ ନିଜର ଅଧିକାଂଶ ତୈଳ ଆବଶ୍ୟକତା ଆମଦାନୀ କରୁଥିବାରୁ କ୍ରୁଡ୍ ଦର କମିବା ମୁଦ୍ରାସ୍ଫୀତି ଏବଂ ବାହ୍ୟ ଆର୍ଥିକ ସନ୍ତୁଳନ ଦୃଷ୍ଟିରୁ କିଛିଟା ଆଶ୍ୱସ୍ତି ଆଣିପାରେ ।

ତେବେ ବଜାର ଉପରେ ଏବେ ବି ରହିଛି ବିଦେଶୀ ନିବେଶକଙ୍କ ବିକ୍ରି ଚାପ । ଏକ୍ସଚେଞ୍ଜ ତଥ୍ୟ ଅନୁସାରେ, ମଙ୍ଗଳବାର ବିଦେଶୀ ପ୍ରତିଷ୍ଠାନଗତ ନିବେଶକ ବା ଏଫଆଇଆଇ ୩ ହଜାର ୮୦୯.୯୯ କୋଟି ଟଙ୍କାର ଶେୟର ବିକ୍ରି କରିଥିଲେ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଅନିଶ୍ଚିତତା ବିଶ୍ୱ ବଜାରର ରିସ୍କ ଆପେଟାଇଟ୍‌କୁ ପ୍ରଭାବିତ କରୁଥିବାରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ୁଛି । ଏସିଆର ବଜାରକୁ ଦେଖିଲେ ଦକ୍ଷିଣ କୋରିଆର କୋସ୍ପି ସକାରାତ୍ମକ ରହିଥିବା ବେଳେ ସାଂଘାଇର ଏସ୍ଏସ୍ଇ କମ୍ପୋଜିଟ୍ ଏବଂ ହଂକଂର ହ୍ୟାଙ୍ଗ ସେଙ୍ଗ ନିମ୍ନମୁଖୀ ରହିଥିଲା। ସେହିପରି ମଙ୍ଗଳବାର ଆମେରିକୀୟ ବଜାର ମଧ୍ୟ ମିଶ୍ରିତ ଫଳାଫଳ ସହ ବନ୍ଦ ହୋଇଥିଲା। 

ଟେକ୍ନୋଲୋଜି ଷ୍ଟକ୍‌ର ସମର୍ଥନରେ ନାସଡାକ୍ ସୁଦୃଢ଼ ରହିଥିବା ବେଳେ ଡାଓ ଜୋନ୍ସ ଶେଷରେରେ ବନ୍ଦ ହୋଇଥିଲା । ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୨ରେ ଭାରତୀୟ ବଜାରରେ ହ୍ରାସ ଦେଖାଯାଇଥିଲା। ସେନସେକ୍ସ ୩୨୯.୯୧ ପଏଣ୍ଟ ବା ୦.୪୪ ପ୍ରତିଶତ ହ୍ରାସ ପାଇ ୭୪ ହଜାର ୫୨୯.୦୮ରେ ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ୮୫.୩୦ ପଏଣ୍ଟ ହ୍ରାସ ପାଇ ୨୩ ହଜାର ୩୨୯ରେ କାରବାର ଶେଷ କରିଥିଲା । ତେବେ କ୍ରୁଡ୍ ଦରରେ ହ୍ରାସ ବଜାରକୁ କିଛିଟା ଆଶ୍ୱସ୍ତି ଦେଇଥିଲେ ମଧ୍ୟ ଏଫଆଇଆଇ ବିକ୍ରି ଏବଂ ଭୂ-ରାଜନୈତିକ ଅନିଶ୍ଚିତତା ଆଗାମୀ କାରବାର ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇ ରହିଛି ।

Leave a Reply

Your email address will not be published. Required fields are marked *