ତାମିଲନାଡୁ ରାଜନୀତିରେ ‘ଫାଇଲ୍’ ବିବାଦ , ବିଜୟଙ୍କ ପାଖରେ ଉଦୟନିଧିଙ୍କୁ ନେଇ କେଉଁ ତଥ୍ୟ?

ତାମିଲନାଡୁ ରାଜନୀତିରେ ପୁଣି ତେଜିଲା ଫାଇଲ୍ ପଲିଟିକ୍ସ । ମୁଖ୍ୟମନ୍ତ୍ରୀ ବିଜୟଙ୍କ ପାଖରେ ରହିଛି ଏମିତି କେଉଁ ଫାଇଲ୍, ଯାହାକୁ ନେଇ ବିରୋଧୀ ଦଳ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି?

ତାମିଲନାଡୁ ରାଜନୀତିରେ ପୁଣି ତେଜିଲା ଫାଇଲ୍ ପଲିଟିକ୍ସ । ମୁଖ୍ୟମନ୍ତ୍ରୀ ବିଜୟଙ୍କ ପାଖରେ ରହିଛି ଏମିତି କେଉଁ ଫାଇଲ୍, ଯାହାକୁ ନେଇ ବିରୋଧୀ ଦଳ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି? ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଧାନସଭାରେ ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ପୂର୍ବତନ ଡିଏମ୍‌କେ ସରକାର ସମୟର କଥିତ ଦୁର୍ନୀତି ସମ୍ପର୍କିତ ଫାଇଲ୍ ସାର୍ବଜନୀନ କରିବାକୁ ଆହ୍ୱାନ ଦେଇଛନ୍ତି। ତାଙ୍କ ପ୍ରଶ୍ନ ଥିଲା—ଯଦି ଏହି ଫାଇଲ୍‌ରେ ଦୁର୍ନୀତିର ପ୍ରମାଣ ରହିଛି, ତେବେ ସରକାର କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉନାହିଁ? ଏହି ପ୍ରସଙ୍ଗରେ ଉଦୟନିଧି ବ୍ୟଙ୍ଗାତ୍ମକ ଭାବେ ପ୍ରଶ୍ନ କରିଥିଲେ—ଦୁର୍ନୀତି ଫାଇଲ୍ ଖୋଲିବା ପାଇଁ କଣ ଜ୍ୟୋତିଷୀଙ୍କ ପରାମର୍ଶକୁ ଅପେକ୍ଷା କରାଯାଉଛି? ତାଙ୍କ ଏହି ଟିପ୍ପଣୀ ବିଧାନସଭାରେ ରାଜନୈତିକ ତାତିକୁ ଆହୁରି ବଢ଼ାଇଛି ।

 ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ପକ୍ଷରୁ ପୂର୍ବ ଡିଏମ୍‌କେ ସରକାର ସହ ଜଡ଼ିତ କଥିତ ଦୁର୍ନୀତି ଫାଇଲ୍ ଥିବା ଦାବିକୁ ନେଇ ରାଜନୈତିକ ବିବାଦ ଚାଲିଛି। ଉଦୟନିଧି କହିଛନ୍ତି, ଯଦି ଅଭିଯୋଗର ପ୍ରମାଣ ରହିଛି, ତେବେ ଫାଇଲ୍ ପ୍ରକାଶ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ । ଏହାକୁ ନେଇ ଶାସକ ତାମିଲାଗା ଭେତ୍ରି କଳଗମ୍‌ ଓ ବିରୋଧୀ ଡିଏମ୍‌କେ ମଧ୍ୟରେ ରାଜନୈତିକ ଲଢ଼େଇ ଆହୁରି ତୀବ୍ର ହେଉଛି । ବିଶେଷକରି ୨୦୨୬ ତାମିଲନାଡୁ ନିର୍ବାଚନ ପରେ ବିଜୟଙ୍କ ସରକାର ଓ ଉଦୟନିଧିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତି ଦେଖାଦେଇଛି । ତେବେ ବିଜୟଙ୍କ ପାଖରେ ଥିବା କଥିତ ଦୁର୍ନୀତି ଫାଇଲ୍‌ରେ କ’ଣ ରହିଛି, ସେଗୁଡ଼ିକ କେବେ ସାର୍ବଜନୀନ ହେବ ଏବଂ ଏହାକୁ ନେଇ ସରକାର କି ପଦକ୍ଷେପ ନେବ—ଏବେ ତାହା ଉପରେ ତାମିଲନାଡୁ ରାଜନୀତିର ନଜର ।

Leave a Reply

Your email address will not be published. Required fields are marked *