ପଶ୍ଚିମବଙ୍ଗର ରାଜନୀତିରେ ବଡ଼ ମୋଡ଼ । ତୃଣମୂଳ କଂଗ୍ରେସର ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି। ଟିଏମସିର ପାରମ୍ପରିକ ‘ଫୁଲ ଓ ଘାସ’ ଚିହ୍ନ ଏବଂ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାଁକୁ ଅନ୍ତରୀଣ ଭାବେ ଫ୍ରିଜ୍ କରିଛନ୍ତି ନିର୍ବାଚନ ଆୟୋଗ ।
ପଶ୍ଚିମବଙ୍ଗର ରାଜନୀତିରେ ବଡ଼ ମୋଡ଼ । ତୃଣମୂଳ କଂଗ୍ରେସର ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି। ଟିଏମସିର ପାରମ୍ପରିକ ‘ଫୁଲ ଓ ଘାସ’ ଚିହ୍ନ ଏବଂ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାଁକୁ ଅନ୍ତରୀଣ ଭାବେ ଫ୍ରିଜ୍ କରିଛନ୍ତି ନିର୍ବାଚନ ଆୟୋଗ । ଅର୍ଥାତ୍ ଆସନ୍ତା ଉପନିର୍ବାଚନରେ ମମତା ବାନାର୍ଜୀ ଓ ଋତବ୍ରତ ବାନାର୍ଜୀଙ୍କ ଦୁଇ ଗୋଷ୍ଠୀ ଏହି ନାଁ କିମ୍ବା ଚିହ୍ନ ବ୍ୟବହାର କରିପାରିବେ ନାହିଁ ।
ବାସ୍ତବରେ ଟିଏମସିର ସାଂଗଠନିକ ନିୟନ୍ତ୍ରଣ ଓ ଦଳର ଅଧିକୃତ ପରିଚୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଛି । ଉଭୟ ପକ୍ଷ ନିଜକୁ ଦଳର ବୈଧ ଗୋଷ୍ଠୀ ବୋଲି ଦାବି କରିଥିବାରୁ ଆୟୋଗ ଏହି ଅନ୍ତରୀଣ ପଦକ୍ଷେପ ନେଇଛନ୍ତି । ଏବେ ଉଭୟ ଗୋଷ୍ଠୀକୁ ୩ଟି ଲେଖାଏଁ ବିକଳ୍ପ ଦଳୀୟ ନାଁ ଏବଂ ୩ଟି ଲେଖାଏଁ ମୁକ୍ତ ନିର୍ବାଚନୀ ଚିହ୍ନ ପସନ୍ଦ କରି ଦେବାକୁ କୁହାଯାଇଛି । ଆଜି, ସେପ୍ଟେମ୍ବର ୧୮ ତାରିଖ ସକାଳ ୧୧ଟା ସୁଦ୍ଧା ଏହି ବିକଳ୍ପଗୁଡ଼ିକ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପରେ ଆୟୋଗ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଗୋଟିଏ ନାଁ ଓ ଗୋଟିଏ ଚିହ୍ନ ଆବଣ୍ଟନ କରିବେ ।
ଏହି ନିଷ୍ପତ୍ତି ଆସନ୍ତା ପଶ୍ଚିମବଙ୍ଗ ଉପନିର୍ବାଚନ ପୂର୍ବରୁ ଆସିଛି । ଅନ୍ତରୀଣ ଭାବେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ, ଟିଏମସିର ନାଁ ଓ ଚିହ୍ନ ଉପରେ ଚୂଡ଼ାନ୍ତ ଅଧିକାର କାହାର ରହିବ, ସେନେଇ ନିର୍ବାଚନ ଆୟୋଗଙ୍କ ଆଗାମୀ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ହେବ ।

