ମୋଦୀଙ୍କ ଜନ୍ମଦିନରୁ ସେବା ଅଭିଯାନ, ଓଡ଼ିଶାରେ ୮,୮୧୦ ୟୁନିଟ୍ ରକ୍ତ ସଂଗ୍ରହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ । ଦୀର୍ଘ ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଶାସନ ବ୍ୟବସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସକୁ ଓଡ଼ିଶା ବିଜେପି ମହାଆଡ଼ମ୍ବରରେ ପାଳନ କରିଛି ।

୮ହଜର ୮୧୦ ୟୁନିଟ ରକ୍ତ ସଂଗ୍ର‌ହ କରି ବିଶ୍ବ ରେକର୍ଡ କଲା ଓଡ଼ିଶା ବିଜେପି ଯୁବମୋର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହେଲା ସେବା ସଂକଳ୍ପ ଅଭିଯାନ । ଦୀର୍ଘ ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଶାସନ ବ୍ୟବସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସକୁ ଓଡ଼ିଶା ବିଜେପି ମହାଆଡ଼ମ୍ବରରେ ପାଳନ କରିଛି । ଏହି ଉପଲକ୍ଷେ ଏକ ମାସ ବ୍ୟାପୀ ଚାଲିବାକୁ ଥିବା ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିରରେ ରେକର୍ଡ ୮ହଜାର ୮୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । 

ଏହାଦ୍ବାରା ଗୋଟିଏ ଦିନ‌ରେ ଗୋଟିଏ ସଂସ୍ଥା ଦ୍ବାରା ଆୟୋଜିତ ଗୋଟିଏ ଶିବିରରେ ରକ୍ତ ସଂଗ୍ରହରେ ଯୁବମୋର୍ଚ୍ଚା ବିଶ୍ବ ରେକର୍ଡ ହାସଲ କରିଛି । ଏହି ମେଗା ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ ।

ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ, ତେଣୁ ରାଜ୍ୟରେ ରକ୍ତ ଅଭାବରୁ ଯେପରି କୌଣସି ଜୀବନ ଅସମୟରେ ଝଡ଼ି ନପଡ଼େ, ସେଥିପାଇଁ ସରକାର ସଂକଳ୍ପବଦ୍ଧ । ରାଜ୍ୟରେ ରକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨୦୨୬-୨୭ ବଜେଟ୍‌ରେ ୫୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟୟବରାଦ ସହ ‘ଅଟଳ ରକ୍ତଦାନ ଅଭିଯାନ’ ଆରମ୍ଭ କରାଯାଇଛି । ଏହା ଅଧୀନରେ ନୂତନ ମେଡିକାଲ କଲେଜଗୁଡ଼ିକରେ ରକ୍ତଭଣ୍ଡାର ସ୍ଥାପନ ଏବଂ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ କରାଯାଉଛି ।

Leave a Reply

Your email address will not be published. Required fields are marked *