ଆଜି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡ଼ାଙ୍କ ୭୫ତମ ଜନ୍ମଦିବସ । ୧୯୫୧ ମସିହା ଆଜିର ଦିନରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା ।
ଆଜି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭି. ଗୋପାଳ ଗୌଡ଼ାଙ୍କ ୭୫ତମ ଜନ୍ମଦିବସ । ୧୯୫୧ ମସିହା ଆଜିର ଦିନରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା । ଆଇନଜୀବୀ ଭାବେ ଦୀର୍ଘ ଅଭିଜ୍ଞତା, ପରେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି, ୨୦୧୦ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ୨୦୧୨ରେ ସୁପ୍ରିମକୋର୍ଟର ବିଚାରପତି ବନିବା ପରେ, ୨୦୧୬ରେ ଅବସର ଗ୍ରହଣ କରିଥିଲେ । ମଣିଷର ଜୀବନ, ଜୀବିକା, ମର୍ଯ୍ୟାଦା ଓ ଅଧିକାରକୁ ନ୍ୟାୟିକ ଚିନ୍ତାର କେନ୍ଦ୍ରରେ ରଖିଥିବା ନ୍ୟାୟାଧୀଶ ମାନଙ୍କ ମଧ୍ୟରୁ ଜଷ୍ଟିସ୍ ଗୌଡ଼ା ଅନ୍ୟତମ ।
ସାଧାରଣ ମଣିଷଙ୍କ ଅଧିକାର ପ୍ରତି ସେ ସର୍ବଦା ସମ୍ୱେଦନଶୀଳ । ଜୀବିକା, ଶ୍ରମିକଙ୍କ ଅଧିକାର, ଭୂମି ଅଧିଗ୍ରହଣ, ପୀଡ଼ିତାଙ୍କୁ କ୍ଷତିପୂରଣ, ମାନବିକ ସୁରକ୍ଷା ଓ ସାମ୍ୱିଧାନିକ ଅଧିକାର ସମ୍ପର୍କିତ ଅନେକ ମାମଲାରେ ତାଙ୍କର ରାୟ ଆଜି ବି ଆଇନ ମହଲରେ ଆଲୋଚିତ । ଓଡ଼ିଶା ସହ ତାଙ୍କର ସ୍ୱତନ୍ତ୍ର ସମ୍ପର୍କ ରହିଛି । ଅବସର ପରେ ମଧ୍ୟ ଆଇନ ଶିକ୍ଷା ଓ ନ୍ୟାୟିକ ଚିନ୍ତାଧାରା ମାଧ୍ୟମରେ ଆଇନ ଓ ନ୍ୟାୟ ସହ ଜଡ଼ିତ ଅଛନ୍ତି ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା ।

