ଜଳେଶ୍ୱରରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ତେଜିଲା ଜନ ଅସନ୍ତୋଷ । ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଟାୟାର ଜାଳି ରାସ୍ତାରୋକ କରିବା ସହ ବିଜେଡି ଓ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ପାଳନ କରାଯାଇଛି ।
ଜଳେଶ୍ୱରରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ତେଜିଲା ଜନ ଅସନ୍ତୋଷ । ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଟାୟାର ଜାଳି ରାସ୍ତାରୋକ କରିବା ସହ ବିଜେଡି ଓ କଂଗ୍ରେସ ପକ୍ଷରୁ ଜଳେଶ୍ୱର ବନ୍ଦ ପାଳନ କରାଯାଇଛି । ପୁଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର ଜେନାଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି ସିପିଆଇଏମ୍ । ଏହା କେବଳ ଦୁଷ୍କର୍ମ ନୁହେଁ, ବରଂ ଗଣଦୁଷ୍କର୍ମ ହୋଇଥାଇପାରେ ବୋଲି ଦାବି କରିଛି ଦଳ। ଅନ୍ୟପଟେ ମହିଳା କମିଶନ ଓ ଶିଶୁ ଆୟୋଗର ଅଧ୍ୟକ୍ଷା ଘଟଣାସ୍ଥଳକୁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି।
ଜଳେଶ୍ୱରରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଲୋକ। ଟାୟାର ଜାଳି ପ୍ରତିବାଦ କରାଯିବା ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଘଟଣା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହାର ତଦନ୍ତ ଦାବି ଜୋର ଧରିଛି।
ସିପିଆଇଏମ୍ ପକ୍ଷରୁ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଛି। ଦଳର ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ନାବାଳିକା ଜଣକ ଏକ କାର୍ଯ୍ୟକ୍ରମକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ତାଙ୍କୁ ଘରେ ଛାଡ଼ିଦେବାକୁ କହି ଅଭିଯୁକ୍ତ ନେଇଥିବା ବେଳେ ସାଢ଼େ ୮ଟାରେ ଫେରିଥିଲେ। ହେଲେ ନାବାଳିକା ଘରକୁ ଫେରିନଥିଲେ। ପରେ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ସିପିଆଇଏମ୍ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ନାଇଟ୍ରିକ୍ ଏସିଡ୍ର ବ୍ୟବହାର, ଏହା କେଉଁଠୁ ଆସିଲା ଏବଂ ଘଟଣା ସହ ଜଡ଼ିତ ଅନ୍ୟ ଲୋକଙ୍କ ଭୂମିକା କ’ଣ, ଏସବୁ ଦିଗର ତଦନ୍ତ କରିବାକୁ ଦାବି ହୋଇଛି। ମୃତ ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ଜୋରଦାର ହୋଇଛି।
ଜଳେଶ୍ୱର ଘଟଣାକୁ ନେଇ ନ୍ୟାୟ ଦାବି ଜୋର ଧରିଥିବା ବେଳେ ତଦନ୍ତରେ ସମସ୍ତ ଦିଗକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି। ତେବେ ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

