ଜଲଗାଓଁରେ କାର୍-ବାଇକ୍ ଦୁର୍ଘଟଣା : ଛଅ ମୃତ୍ୟୁ

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଆସୁଥିବା କାର୍ ଏକ ମୋଟରସାଇକେଲ୍‌କୁ ଧକ୍କା  ଦେବାରୁ ଛଅ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଥିବା ଜଣା ପଡ଼ିଛି । ଜଣେ ପୁଲିସ ଅଧିକାରୀ କହିଛନ୍ତି

ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରେ ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଆସୁଥିବା କାର୍ ଏକ ମୋଟରସାଇକେଲ୍‌କୁ ଧକ୍କା  ଦେବାରୁ ଛଅ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଥିବା ଜଣା ପଡ଼ିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ସକାଳ ପ୍ରାୟ ୭ଟା ସମୟରେ ଜଲଗାଓଁର ଅମାଲନେରସ୍ଥିତ ଲୋଣ୍ଡେ ଫାଟା ନିକଟରେ ଏହି ଦୁର୍ଘଟଣା ଘଟିଛି ।
କାର୍‌ରେ ଆରୋହୀମାନେ ଗୁଜରାଟରୁ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ସେମାନଙ୍କ ଗାଡ଼ି ଏକ ମୋଟରସାଇକେଲ୍ ସହ ଧକ୍କା ହୋଇଥିଲା । ଏହା ପରେ ମୋଟରସାଇକେଲ୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍‌କୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ କାର୍ ଆରୋହୀ ନନ୍ଦଲାଲ ମହାଜନ, ଅନୀତା ମହାଜନ, ସୁରେଶ ମହାଜନ ଓ ନିର୍ମଳା ମହାଜନ ଏବଂ ଦୁଇ ଜଣ ମୋଟରସାଇକେଲ ଆରୋହୀ ନୀଲେଶ ତାୱାଡେ ଓ ଫାଲଗୁନି ଭୋଇଙ୍କର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି। କାର୍ ଡ୍ରାଇଭର ଆଦିତ୍ୟ ମହାଜନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ପୁଲିସ ଓ ଡାକ୍ତରୀ ଦଳକୁ ସାହାଯ୍ୟ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *