ଜୟପୁର ବାଣ କାରଖାନାରେ ଅଗ୍ନିକାଣ୍ଡ : ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ

ରାଜସ୍ଥାନ ଜୟପୁର ର କୋହ ନାଗୋରିଆନ ଥାନା ଅନ୍ତର୍ଗତ ଆୟଶା ନଗର ତଲାଇଠାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ବେଆଇନ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ତ  ଘଟିଛି।

ରାଜସ୍ଥାନ ଜୟପୁର ର କୋହ ନାଗୋରିଆନ ଥାନା ଅନ୍ତର୍ଗତ ଆୟଶା ନଗର ତଲାଇଠାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ବେଆଇନ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ତ  ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ବହୁ ସଂଖ୍ୟାରେ ଲୋକ ଗୁରୁତର ଆହତ ହୋଇଛନ୍ତି। 
ମୃତକଙ୍କ ମଧ୍ୟରୁ ୫ ଜଣଙ୍କୁ ଅବଦୁଲ ୱାହିଦ୍ (୫୦), ବିଲାଲ (୩୦), ସମୀର (୨୦), ଅଜିମ ଏବଂ ରବିଲ ଭାବେ ଚିହ୍ନଟ କରାଯାଇଛି।

ଅନ୍ୟ ଦୁଇ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ। ଆହତମାନଙ୍କୁ ଜୟପୁରର ଏସ୍‌ଏମ୍‌ଏସ୍‌ ମେଡିକାଲ ଏବଂ ଜେଏନ୍‌ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ନାସିର ନାମକ ଜଣେ ବ୍ୟକ୍ତି ୯୫% ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସଂକୀର୍ଣ୍ଣ ଗଳି ଯୋଗୁଁ ନିଆଁ ଲିଭାଇବା ପ୍ରକ୍ରିୟାରେ ଅଗ୍ନିଶମ ବାହିନୀକୁ ବେଶ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଦିଲ୍ଲୀର ବାସିନ୍ଦା ଫିରୋଜ ଏବଂ ତାଙ୍କ ସହଯୋଗୀ ୱାସିମ ମିଶି ୟାକୁବ ନାମକ ଜଣେ ବ୍ୟକ୍ତିଙ୍କ ଘର ଭଡ଼ା ନେଇ ଏହି ବେଆଇନ ବାଣ କାରଖାନା ଚଳାଉଥିଲେ। କୋହ ନାଗୋରିଆନ ଥାନା ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ମାଲିକ ଓ ଘର ମାଲିକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ କରାଯାଉଛି। ଜନବସତି ଅଞ୍ଚଳରେ ଏଭଳି ବିପଜ୍ଜନକ ବାଣ ଗୋଦାମ କିପରି ଚାଲୁଥିଲା, ସେ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *