ଚୀନ୍‌କୁ ନେଇ ବଦଳିଗଲା ଟ୍ରମ୍ପଙ୍କ ସ୍ୱର, ଜିନପିଙ୍ଗ କାହିଁକି ହେଲେ ଭଲ ସାଙ୍ଗ?

ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆମେରିକାରେ ଷ୍ଟେଟ୍ ଭିଜିଟ୍‌ ପାଇଁ ସ୍ୱାଗତ କରିବାକୁ ଟ୍ରମ୍ପ ପ୍ରସ୍ତୁତ ହେଉଛନ୍ତି। ସେପ୍ଟେମ୍ବର ୨୩ରେ ଜିନପିଙ୍ଗ ୱାଶିଂଟନ୍‌ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ଏବଂ ଟ୍ରମ୍ପ ନିଜେ ତାଙ୍କୁ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁସ୍‌ରେ ସ୍ୱାଗତ କରିବାକୁ ଯାଉଛନ୍ତି।

ଦିନେ ଆମେରିକାର ଅର୍ଥନୈତିକ ସମସ୍ୟା ପାଇଁ ଚୀନ୍‌କୁ ଦାୟୀ କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ବଦଳିଥିବା ଦେଖାଯାଉଛି। ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆମେରିକାରେ ଷ୍ଟେଟ୍ ଭିଜିଟ୍‌ ପାଇଁ ସ୍ୱାଗତ କରିବାକୁ ଟ୍ରମ୍ପ ପ୍ରସ୍ତୁତ ହେଉଛନ୍ତି। ସେପ୍ଟେମ୍ବର ୨୩ରେ ଜିନପିଙ୍ଗ ୱାଶିଂଟନ୍‌ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ଏବଂ ଟ୍ରମ୍ପ ନିଜେ ତାଙ୍କୁ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁସ୍‌ରେ ସ୍ୱାଗତ କରିବାକୁ ଯାଉଛନ୍ତି।

ଏହି ଗସ୍ତ ସମୟରେ ହ୍ୱାଇଟ୍ ହାଉସ୍‌ରେ ଷ୍ଟେଟ୍ ଡିନର ମଧ୍ୟ ଆୟୋଜିତ ହେବ। ଦୁଇ ଦେଶର ନେତାଙ୍କ ଆଲୋଚନାରେ ବାଣିଜ୍ୟ, ଟାରିଫ୍‌, କୃତ୍ରିମ ବୁଦ୍ଧିମତ୍ତା, ରେୟାର ଆର୍ଥ୍‌ ଓ ଅନ୍ୟାନ୍ୟ କ୍ରିଟିକାଲ୍ ମିନେରାଲ୍‌ ଭଳି ପ୍ରସଙ୍ଗ ପ୍ରମୁଖ ରହିବ।

କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଟ୍ରମ୍ପଙ୍କ ଜିନପିଙ୍ଗଙ୍କ ପ୍ରତି ବଦଳିଥିବା ଭାଷା। ଚଳିତ ମାସରେ ଟ୍ରମ୍ପ ଜିନପିଙ୍ଗଙ୍କୁ ‘ଭଲ ମଣିଷ’ ବୋଲି କହିବା ସହ ଦୁଇ ନେତାଙ୍କ ସମ୍ପର୍କ ଭଲ ବୋଲି କହିଥିଲେ। ଏହା ତାଙ୍କ ପୁରୁଣା ଚୀନ୍‌-ବିରୋଧୀ ଆଭିମୁଖ୍ୟଠାରୁ ଭିନ୍ନ।

୨୦୨୫ରେ ପୁଣି କ୍ଷମତାକୁ ଫେରିବା ପରେ ଟ୍ରମ୍ପ ପ୍ରଥମେ ଚୀନ୍‌ ବିରୋଧରେ ଟାରିଫ୍‌ ଓ ରପ୍ତାନି ନିୟନ୍ତ୍ରଣ କଠୋର କରିଥିଲେ। ଏହାର ଜବାବରେ ଚୀନ୍‌ ରେୟାର ଆର୍ଥ୍‌ ଓ କ୍ରିଟିକାଲ୍ ମିନେରାଲ୍‌ ଉପରେ ନିଜର ପ୍ରଭାବକୁ ବ୍ୟବହାର କରିଥିଲା। ଏହି ପରିସ୍ଥିତି ଦୁଇ ଦେଶକୁ ବାଣିଜ୍ୟିକ ଆଲୋଚନା ଓ ସମାଧାନ ଦିଗରେ ଆଣିଛି।

ଇଣ୍ଟରନ୍ୟାସନାଲ୍ କ୍ରାଇସିସ୍ ଗ୍ରୁପ୍‌ର ସିନିୟର ଆଡଭାଇଜର ମାଇକେଲ୍ କୋଭରିଗ୍‌ଙ୍କ ମତରେ, ଅତ୍ୟଧିକ ଟାରିଫ୍‌ ଓ ରପ୍ତାନି ପ୍ରତିବନ୍ଧକ ମାଧ୍ୟମରେ ଚୀନ୍‌ ଉପରେ ଚାପ ସୃଷ୍ଟି କରିବାର ପ୍ରାରମ୍ଭିକ ଚେଷ୍ଟା ସଫଳ ନ ହେବା ପରେ ଟ୍ରମ୍ପଙ୍କ ରଣନୀତିରେ ବଡ଼ ପରିବର୍ତ୍ତନ ଆସିଛି।

Leave a Reply

Your email address will not be published. Required fields are marked *