ଚନ୍ଦ୍ରପୃଷ୍ଠରେ ପଡ଼ିଲା SpaceX ରକେଟ୍‌ର ଅବଶିଷ୍ଟ ଅଂଶ !

ମହାକାଶରେ ଘୁରୁଥିବା SpaceX ରକେଟ୍‌ର ଏକ ବଡ଼ ଅଂଶ ଶେଷରେ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିବା ଆଶଙ୍କା କରାଯାଉଛି । ପ୍ରାୟ ୧୯ ମାସ ଧରି ମହାକାଶରେ ଭାସୁଥିବା ଏହି ରକେଟ୍‌ର ଅବଶିଷ୍ଟ ଅଂଶ ଚନ୍ଦ୍ରର ଆଇନଷ୍ଟାଇନ୍ କ୍ରେଟର୍ ନିକଟରେ ପଡ଼ିଥିବା କୁହାଯାଉଛି ।

ମହାକାଶରେ ଘୁରୁଥିବା SpaceX ରକେଟ୍‌ର ଏକ ବଡ଼ ଅଂଶ ଶେଷରେ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଥିବା ଆଶଙ୍କା କରାଯାଉଛି । ପ୍ରାୟ ୧୯ ମାସ ଧରି ମହାକାଶରେ ଭାସୁଥିବା ଏହି ରକେଟ୍‌ର ଅବଶିଷ୍ଟ ଅଂଶ ଚନ୍ଦ୍ରର ଆଇନଷ୍ଟାଇନ୍ କ୍ରେଟର୍ ନିକଟରେ ପଡ଼ିଥିବା କୁହାଯାଉଛି । ଏହାର ନିଶ୍ଚିତ ସୂଚନା ପାଇଁ ଏବେ ବିଭିନ୍ନ ମହାକାଶ ସଂସ୍ଥା ତଥ୍ୟ ଯାଞ୍ଚ କରୁଛନ୍ତି ।

ଏହା କୌଣସି ସମ୍ପୂର୍ଣ୍ଣ ରକେଟ୍ ନୁହେଁ, ବରଂ SpaceX Falcon-9 ର ଉପର ଅଂଶ । ଏହି ଅଂଶର ଓଜନ ପ୍ରାୟ ୪,୫୦୦ କିଲୋଗ୍ରାମ ଥିଲା । ୨୦୨୫ ଜାନୁଆରୀରେ ଏହା Firefly Aerospace ର Blue Ghost-1 ଚନ୍ଦ୍ର ମିଶନକୁ ନେଇ ଯାଇଥିଲା ।

ଇନ୍ଧନ ଶେଷ ହେବା ପରେ ଏହି ରକେଟ୍ ଅଂଶ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଅସ୍ଥିର କକ୍ଷପଥରେ ଘୁରୁଥିଲା । ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ଧୀରେ ଧୀରେ ଏହାର ଗତିପଥ ବଦଳିଥିଲା ଏବଂ ଶେଷରେ ଚନ୍ଦ୍ର ସହ ଧକ୍କା ହୋଇଥିବା ସମ୍ଭାବନା ରହିଛି । ପ୍ରାୟ ୮,୭୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଏହା ଚନ୍ଦ୍ରକୁ ଧକ୍କା ଦେଇଥିବା ଆକଳନ କରାଯାଉଛି । ଏହାର ଶକ୍ତି ପ୍ରାୟ ୩ ଟନ୍ TNT ବିସ୍ଫୋରଣ ସମାନ ଥିବା କୁହାଯାଉଛି ।  

ବୈଜ୍ଞାନିକଙ୍କ ଅନୁମାନ ଅନୁସାରେ ଏହା ଚନ୍ଦ୍ରପୃଷ୍ଠରେ ପ୍ରାୟ ୨୦ରୁ ୩୦ ମିଟର ଚଉଡ଼ା ଏକ ନୂଆ ଗର୍ତ୍ତ ସୃଷ୍ଟି କରିପାରେ । ନାସାର Lunar Reconnaissance Orbiter, ଦକ୍ଷିଣ କୋରିଆର Danuri ଏବଂ ଭାରତର ଚନ୍ଦ୍ରଯାନ-୨ ଅର୍ବିଟର ଏହି ସ୍ଥାନର ଫଟୋ ନେଇ ଧକ୍କାର ପ୍ରମାଣ ଖୋଜିବେ । ଏହି ଘଟଣା ବୈଜ୍ଞାନିକଙ୍କ ପାଇଁ ଏକ ବିରଳ ସୁଯୋଗ, କାରଣ ମହାକାଶରେ ମାନବ ନିର୍ମିତ କୌଣସି ବସ୍ତୁର ଚନ୍ଦ୍ର ସହ ଧକ୍କାକୁ ପ୍ରଥମରୁ ଟ୍ରାକ୍ କରାଯାଇଥିଲା ।

Leave a Reply

Your email address will not be published. Required fields are marked *