ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଖସିଲା ଭାରତ, ୧୨୫ତମ ସ୍ଥାନରେ ଭାରତୀୟ ପାସପୋର୍ଟ

ତଳକୁ ଖସିଲା ଭାରତର ପାସପୋର୍ଟ ରାଙ୍କିଂ । ଟପ୍ ୧୦୦ ଦେଶ ଭିତରେ ନାହିଁ ଭାରତର ସ୍ଥାନ । ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଭାରତ ୧୨୫ତମ ସ୍ଥାନକୁ ଖସି ଆସିଛି । ଗତ ବର୍ଷ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ ଏହା ପୁନର୍ବାର ତଳକୁ ଖସିଛି ।

ତଳକୁ ଖସିଲା ଭାରତର ପାସପୋର୍ଟ ରାଙ୍କିଂ । ଟପ୍ ୧୦୦ ଦେଶ ଭିତରେ ନାହିଁ ଭାରତର ସ୍ଥାନ । ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଭାରତ ୧୨୫ତମ ସ୍ଥାନକୁ ଖସି ଆସିଛି । ଗତ ବର୍ଷ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ ଏହା ପୁନର୍ବାର ତଳକୁ ଖସିଛି । ୨୦୨୧ରୁ ୨୦୨୩ ମଧ୍ୟରେ ଭାରତର ପାସପୋର୍ଟ ରାଙ୍କିଂ ୧୨୭ ଥିଲା। ୨୦୨୫ରେ ଏହା ୧୨୪ ସ୍ଥାନକୁ ବଢିଥିବା ବେଳେ ଏବେ ୧୨୫ ସ୍ଥାନରେ ରହିଛି । ତେବେ ଭାରତୀୟ ପାସପୋର୍ଟ ଏବେ ମାତ୍ର ୨୬ଟି ଦେଶ ପାଇଁ ଭିସା-ମୁକ୍ତ ପ୍ରବେଶ ପ୍ରଦାନ କରୁଛି । ଭାରତୀୟ ପାସପୋର୍ଟ ରାଙ୍କିଂ ନାମିବିଆ  ଏବଂ ଫିଲିପାଇନ୍ସ, ମୋରୋକ୍କୋ ଓ ଉଜବେକିସ୍ତାନ ଭଳି ଦେଶଗୁଡ଼ିକ ପଛରେ ରହିଛି । ଭାରତୀୟ ପାସପୋର୍ଟ ଧାରକମାନେ ଭୂଟାନ, ନେପାଳ, ଜାମାଇକା, ମାକାଉ, ପାଲେଷ୍ଟାଇନ୍, ଟ୍ୟୁନିସିଆ, ଆଙ୍ଗୋଲା ଏବଂ ବାର୍ବାଡୋସ୍ ଭଳି ସ୍ଥାନଗୁଡ଼ିକୁ ଭିସା-ମୁକ୍ତ କିମ୍ବା ଭିସା-ଅନ୍-ଆରାଇଭାଲ୍ ସୁବିଧା ପାଇପାରିବେ କିନ୍ତୁ ଆମେରିକା, ଯୁକ୍ତରାଜ୍ୟ, ଜର୍ମାନୀ, ଫ୍ରାନ୍ସ, ଚୀନ୍ ଏବଂ ୟୁଏଇ ଭଳି ପ୍ରାୟ ୮୮ଟି ଦେଶକୁ ଯିବା ପାଇଁ ଭିସା ଆବଶ୍ୟକ ହୁଏ ।

ଭାରତର ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ଚୀନ୍ ୧୦୪ତମ ସ୍ଥାନରେ ସର୍ବୋଚ୍ଚ ରହିଛି । ଭାରତ ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶଗୁଡ଼ିକ ଠାରୁ ଭଲ ଅବସ୍ଥାନରେ ଅଛି । ବାଙ୍ଗଲାଦେଶ ୧୬୬ତମ, ନେପାଳ ୧୬୪ତମ ଏବଂ ପାକିସ୍ତାନ ୧୮୮ତମ ସ୍ଥାନରେ ରହିଛି । ତେବେ ପାସପୋର୍ଟ ରାଙ୍କିଂରେ ସ୍ୱିଡେନ୍ ପ୍ରଥମରେ ଥିବା ବେଳେ ଦ୍ବିତୀୟରେ ସ୍ୱିଟ୍ଜରଲ୍ୟାଣ୍ଡ ଏବଂ ତୃତୀୟରେ  ଫିନଲ୍ୟାଣ୍ଡ , ଚତୁର୍ଥରେ  ଜର୍ମାନୀ, ପଂଚମରେ  ଡେନମାର୍କ ରହିଛି । ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ର ଟପ୍ ୧୦ ଇଉରୋପୀୟ ଦେଶଗୁଡ଼ିକ ଦ୍ୱାରା ଆଧିପତ୍ୟ ବିସ୍ତାର କରିଛନ୍ତି । ଆମେରିକା ଏବଂ ଫ୍ରାନ୍ସ ୧୧ତମ ସ୍ଥାନରେ ରହି ଟପ୍ ୧୦ ମିସ୍ କରିଛନ୍ତି, ଯେତେବଳେ କାନାଡା ୧୩ତମ ସ୍ଥାନରେ ଅଛି ।

Leave a Reply

Your email address will not be published. Required fields are marked *