ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ସହର ଓ ଉପକଣ୍ଠ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜମି ଗୁଡ଼ିକରେ ଏବେ ବର୍ଷାଜଳ ଲହଡ଼ି ମାରୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି ।
ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ସହର ଓ ଉପକଣ୍ଠ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜମି ଗୁଡ଼ିକରେ ଏବେ ବର୍ଷାଜଳ ଲହଡ଼ି ମାରୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି । କିଛି ସ୍ଥାନରେ ନାଳ ଉଛୁଳି ପାଣି ରାସ୍ତାରେ ଭାସୁଛି । ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଲୋହରାଖଣ୍ଡି ଓ ବଡ଼ନଦୀରେ ବନ୍ୟାଜଳ ଦୁଇ କୂଳ ଲାଗି ପ୍ରବାହିତ ହେଉଛି ।
ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ବର୍ଷା ଜାରି ରହିଥିବାରୁ ଧାନ ତଳି ସହ ପରିବାଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇ ନଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି ।

