ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ଆରମ୍ଭ ହୋଇଛି । ଓଡ଼ିଶାର ଯୁବ କ୍ରିକେଟରଙ୍କ ପାଇଁ ଏହି ଲିଗ୍ ଏକ ବଡ଼ ମଞ୍ଚ ସୃଷ୍ଟି କରିଛି । ଏହି ଟି-୨୦ ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ଅଲରାଉଣ୍ଡର ସୁରେଶ ରାଇନା ।
ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ଆରମ୍ଭ ହୋଇଛି । ଓଡ଼ିଶାର ଯୁବ କ୍ରିକେଟରଙ୍କ ପାଇଁ ଏହି ଲିଗ୍ ଏକ ବଡ଼ ମଞ୍ଚ ସୃଷ୍ଟି କରିଛି । ଏହି ଟି-୨୦ ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ଅଲରାଉଣ୍ଡର ସୁରେଶ ରାଇନା । ଏହି ଅବସରରେ ପ୍ରତିକ୍ରିୟା ଦେଇ ଓଡ଼ିଶାରେ କ୍ରିକେଟ୍ର ବିକାଶ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଏଭଳି ଲିଗ୍ର ଆୟୋଜନ କରିଥିବାରୁ ସୁରେଶ ରାଇନା ପ୍ରଶଂସା କରିଛନ୍ତି । ଏଥିସହ ଖେଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଆଗକୁ ଆଇପିଏଲ୍ ଅକ୍ସନ୍ ରହିଛି । ତେଣୁ ଓଡ଼ିଶା ଟି-୨୦ ଲିଗ୍ରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ଉପରେ ସିଲେକ୍ଟରଙ୍କ ନଜର ରହିବ ବୋଲି କହିଛନ୍ତି ରାଇନା । ଖେଳାଳିମାନେ ନିଜ ପ୍ରତିଭାର ପ୍ରମାଣ ଦେଇପାରିଲେ ଆଇପିଏଲ୍ରେ ସାମିଲ ହେବାର ସୁଯୋଗ ମିଳିପାରେ । ରାଇନା କହିଛନ୍ତି, ଓଡ଼ିଶା ଟି-୨୦ ଲିଗ୍ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ । ଖେଳାଳିମାନେ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିବା ଆବଶ୍ୟକ । ଫ୍ରାଞ୍ଚାଇଜ୍ମାନେ ଖେଳାଳିଙ୍କ ଉପରେ ବଡ଼ ରକମର ଅର୍ଥ ବିନିଯୋଗ କରୁଥିବାରୁ ନିଜ ଫିଟନେସ୍, ଦକ୍ଷତା ଓ ପ୍ରଦର୍ଶନ ଉପରେ କଠିନ ପରିଶ୍ରମ କରିବା ଖେଳାଳିଙ୍କ ଦାୟିତ୍ୱ ।
ଭଲ କୋଚ୍ ଓ ଭଲ ପରିବେଶ ମିଳିଲେ ମଧ୍ୟ ଶେଷରେ ମଇଦାନରେ ନିଜ ପ୍ରଦର୍ଶନ ଦେଖାଇବାକୁ ପଡ଼ିବ ବୋଲି କହିଛନ୍ତି ସୁରେଶ ରାଇନା । ଓଡ଼ିଶାରେ କ୍ରୀଡ଼ା ଓ ଖେଳାଳିଙ୍କୁ ଦିଆଯାଉଥିବା ସମ୍ମାନ ନେଇ ମଧ୍ୟ ସେ ଖୁସି ପ୍ରକାଶ କରିଛନ୍ତି ।

