ଇଦ୍-ଏ-ମିଲାଦ୍-ଉନ୍-ନବୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା , ଦେଲେ ଶାନ୍ତିର ବାର୍ତ୍ତା

ଆଜି ପବିତ୍ର ଇଦ୍-ଏ-ମିଲାଦ୍-ଉନ୍-ନବୀ । ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନକୁ ସ୍ମରଣ କରି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ପର୍ବ ପାଳନ କରାଯାଉଛି । ୨୦୨୬ରେ ଭାରତରେ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅଗଷ୍ଟ ୨୬ ତାରିଖରେ ପାଳିତ ହେଉଛି ।

ଆଜି ପବିତ୍ର ଇଦ୍-ଏ-ମିଲାଦ୍-ଉନ୍-ନବୀ । ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନକୁ ସ୍ମରଣ କରି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏହି ପର୍ବ ପାଳନ କରାଯାଉଛି । ୨୦୨୬ରେ ଭାରତରେ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅଗଷ୍ଟ ୨୬ ତାରିଖରେ ପାଳିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଦ୍-ଏ-ମିଲାଦ୍-ଉନ୍-ନବୀର ଶୁଭେଚ୍ଛା ଜଣାଇଛନ୍ତି । ପୈଗମ୍ବର ମହମ୍ମଦଙ୍କ ଶିକ୍ଷାରେ ଶାନ୍ତି, ଦୟା, ସେବା, ନ୍ୟାୟ ଓ ମାନବିକତାର ବାର୍ତ୍ତା ରହିଛି ।

 ଏହି ମୂଲ୍ୟବୋଧ ସମାଜରେ ଭାଇଚାରା ଓ ସମନ୍ୱୟକୁ ଆହୁରି ମଜବୁତ କରୁ ବୋଲି ଆଶା ପ୍ରକାଶ କରାଯାଇଛି । ଇଦ୍-ଏ-ମିଲାଦ୍ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ସଭା, ପ୍ରାର୍ଥନା, ଶୋଭାଯାତ୍ରା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏହି ଦିନ ପୈଗମ୍ବରଙ୍କ ଜୀବନ ଓ ତାଙ୍କ ଶିକ୍ଷାକୁ ସ୍ମରଣ କରାଯାଇଥାଏ । ଶାନ୍ତି, ସଦ୍‌ଭାବନା, ଭାଇଚାରା ଓ ମାନବିକତାର ବାର୍ତ୍ତା ସହ ଆଜି ପାଳିତ ହେଉଛି ଇଦ୍-ଏ-ମିଲାଦ୍-ଉନ୍-ନବୀ ।

Leave a Reply

Your email address will not be published. Required fields are marked *