୨୦୧୩ରେ ଏକ କ୍ରାଇମ୍ ସିନେମା ବଡ଼ ପରଦାରେ ହଇଚଇ ସୃଷ୍ଟି କରିଥିଲା । କାହାଣୀ ଥିଲା ଫିଲ୍ମରେ ବିଜୟ ସାଲଗାଓଁକର ନାମକ ଜଣେ ସାଧାରଣ ବ୍ୟକ୍ତି ନିଜ ପରିବାରକୁ ରକ୍ଷା କରିବା ପାଇଁ ଏକ ଜଟିଳ ଏବଂ ବେଶ୍ ଚତୁର ଯୋଜନା ପ୍ରସ୍ତୁତ କରନ୍ତି ।

୨୦୧୩ରେ ଏକ କ୍ରାଇମ୍ ସିନେମା ବଡ଼ ପରଦାରେ ହଇଚଇ ସୃଷ୍ଟି କରିଥିଲା । କାହାଣୀ ଥିଲା ଫିଲ୍ମରେ ବିଜୟ ସାଲଗାଓଁକର ନାମକ ଜଣେ ସାଧାରଣ ବ୍ୟକ୍ତି ନିଜ ପରିବାରକୁ ରକ୍ଷା କରିବା ପାଇଁ ଏକ ଜଟିଳ ଏବଂ ବେଶ୍ ଚତୁର ଯୋଜନା ପ୍ରସ୍ତୁତ କରନ୍ତି । ପରିବାରକୁ ଏକ ଅଜାଣତରେ ହୋଇଥିବା ଅପରାଧରୁ ବଞ୍ଚାଇବା ପାଇଁ ସେ ସିନେମାରୁ ପାଇଥିବା ଟ୍ରିକ୍କୁ ବ୍ୟବହାର କରି ପୁଲିସକୁ ହରଡଘଣାରେ ପକାନ୍ତି । କାହାଣୀରୁ ଫିଲ୍ମଟିକୁ ଜାଣି ସାରିଥିବେ ।

ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା । ନିର୍ମାତାମାନେ ହତ୍ୟାକାରୀ ସପକ୍ଷରେ କାହାଣୀଟିକୁ ନେଇଥିବାବେଳେ ପୁଲିସ ତଦନ୍ତର ବିଫଳତାକୁ ଦର୍ଶାଯାଇଥିବା ନେଇ ଲୋକେ ଦୋଷାରୋପ କରିଥିଲେ । ତଥାପି ଫିଲ୍ମର ସିକ୍ବେଲ ବକ୍ସ ଅଫିସରେ ରେକର୍ଡ ଆୟ କରିଥିଲା । ଦୃଶ୍ୟମ୍, ଦୃଶ୍ୟମ୍ ୨ ଏବଂ ଦୃଶ୍ୟମ୍ ୩ ଆଉ ଏବେ ଏହି କାହାଣୀକୁ ଅନ୍ତିମ ଦିଗ ମିଳିବାକୁ ଯାଉଛି । ଫିଲ୍ମ ନିର୍ମାତା ଅଜୟ ଦେବଗନଙ୍କ ଅଭିନୀତି ‘ ଦୃଶ୍ୟମ୍: ଦ କନ୍କ୍ଲୁଜନ୍ ’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ନଜର ଆସିବେ ଅଜୟ ଦେବଗନ୍ । ତାଙ୍କ ସହ ନନ୍ଦିନୀ ସାଲଗାଓଁକର ଭୂମିକାରେ ଶ୍ରିୟା ସରଣ ମଧ୍ୟ ଫେରୁଛନ୍ତି ।
ପରିବାରକୁ ପ୍ରତ୍ୟେକ ତଦନ୍ତ ଓ ପ୍ରଶ୍ନରୁ ବଞ୍ଚାଇ ଆସିଥିବା ବିଜୟ ସାଲଗାଓଁକରଙ୍କ ପରିବାର ଏବେ ପୁଣିଥରେ ତଦନ୍ତର ଜାଲରେ ଫସିବାକୁ ଯାଉଛି । ଅନ୍ୟପଟେ ମୀରା ଦେଶମୁଖ ଭୂମିକାରେ ତବୁଙ୍କ ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଛି । ପୁଅକୁ ହରାଇବା ପରେ ନ୍ୟାୟ ପାଇଁ ତାଙ୍କ ଲଢ଼େଇ ଏଥର ଆହୁରି ବ୍ୟକ୍ତିଗତ ରୂପ ନେବ । ରାଜତ କପୁର ମଧ୍ୟ ମହେଶ ଦେଶମୁଖ ଭୂମିକାରେ ଫେରୁଛନ୍ତି ।

‘ଦୃଶ୍ୟମ୍ ଦ କନକ୍ଲୁଜନ୍’ରେ ଫ୍ରାଞ୍ଚାଇଜ୍ରେ ନୂଆ ଯୋଗ ହୋଇଛି । ଅଭିନେତା ଜୟଦୀପ ଅହଲାୱତ୍ ରାଜବୀର ସିଂହ ତୋମର, ଏସ୍ପି କ୍ରାଇମ୍ ବ୍ରାଞ୍ଚ ଭୂମିକାରେ ନଜର ଆସିବେ । ସେ ବିଜୟ ସାଲଗାଓଁକରଙ୍କ କାହାଣୀରେ ଏକ ନୂଆ ଓ ଶକ୍ତିଶାଳୀ ଚ୍ୟାଲେଞ୍ଜ ନେଇ ଆସିବେ । ଏହାସହ ପ୍ରକାଶ ରାଜ୍ ଆଇନଜୀବୀ ଇନ୍ଦ୍ରଜିତ ଶେଟ୍ଟୀ ଭୂମିକାରେ ଅଭିନୟ କରିବେ । ଏଥିସହ କମଲେଶ ସାୱନ୍ତ, ଇଶିତା ଦତ୍ତା ଓ ମୃଣାଳ ଯାଧବ ମଧ୍ୟ ‘ଦୃଶ୍ୟମ୍’ର ଏହି ନୂଆ କାହାଣୀରେ ଫେରୁଛନ୍ତି ।

ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ଅଭିଷେକ ପାଠକ । ଦ୍ୱିତୀୟ ଭାଗ ଯେଉଁଠାରେ ଶେଷ ହୋଇଥିଲା, ସେଠାରୁ ଏକ ସମ୍ପୂର୍ଣ୍ଣ ନୂଆ କାହାଣୀ ଓ ସ୍କ୍ରିନ୍ପ୍ଲେ ସହ ଆଗକୁ ବଢ଼ିବ ‘ଦୃଶ୍ୟମ୍ ଦ କନକ୍ଲୁଜନ୍’ । ପୂର୍ବରୁ ରିଲିଜ୍ ହୋଇଥିବା ଟିଜରରେ ମଧ୍ୟ ବିଜୟ ସାଲଗାଓଁକରଙ୍କ ମାନସିକ ସ୍ଥିତିର ଝଲକ ମିଳିଥିଲା । ଷ୍ଟାର ଷ୍ଟୁଡିଓ୧୮ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ପାଠକ । ଆଲୋକ ଜୈନ୍, ଅଜିତ ଆନ୍ଧାରେ, କୁମାର ମଙ୍ଗତ ପାଠକ ଓ ଅଭିଷେକ ପାଠକ ଫିଲ୍ମଟିର ପ୍ରଯୋଜନା କରିଛନ୍ତି । ‘ଦୃଶ୍ୟମ୍ ଦ କନକ୍ଲୁଜନ୍’ ୨ ଅକ୍ଟୋବର ୨୦୨୬ରେ ପ୍ରେକ୍ଷାଳୟକୁ ଆସିବ ।
