ଫିଫା ବିଶ୍ୱକପ ୨୦୨୬ ଆରମ୍ଭ ହେବାକୁ ଯାଉଛି । ଆମେରିକା, କାନାଡା ଓ ମେକ୍ସିକୋ ଏହି ବିଶ୍ୱକପକୁ ହୋଷ୍ଟିଂ କରିବେ । ଫୁଟବଲ୍ ୱାର୍ଲଡକପ୍ ଇତିହାସର ଏହା ସବୁଠୁ ବଡ଼ ୱାର୍ଲଡ କପ ବୋଲି କୁହାଯାଉଛି । ଏହା ପ୍ରଥମ ଥର କୌଣସି ୱାର୍ଲଡ କପରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳାଯିବ ।
ଫିଫା ବିଶ୍ୱକପ ୨୦୨୬ ଆରମ୍ଭ ହେବାକୁ ଯାଉଛି । ଆମେରିକା, କାନାଡା ଓ ମେକ୍ସିକୋ ଏହି ବିଶ୍ୱକପକୁ ହୋଷ୍ଟିଂ କରିବେ । ଫୁଟବଲ୍ ୱାର୍ଲଡକପ୍ ଇତିହାସର ଏହା ସବୁଠୁ ବଡ଼ ୱାର୍ଲଡ କପ ବୋଲି କୁହାଯାଉଛି । ଏହା ପ୍ରଥମ ଥର କୌଣସି ୱାର୍ଲଡ କପରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳାଯିବ । ୧୦୪ ମ୍ୟାଚ୍ ହୋଷ୍ଟିଂ ଲାଗି ୧୬ ଷ୍ଟାଡିୟମ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଓପନିଂ ମ୍ୟାଚ୍ ମେକ୍ସିକୋ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ୧୨ ଜୁନ ମଧ୍ୟରାତ୍ର ୧୨ଟା ୩୦ରେ ଏହି ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମରେ ଆରମ୍ଭ ହେବ ।
ଏହି ଷ୍ଟାଡିୟମ ବ୍ୟତୀତ ଅନ୍ୟ ୧୫ଟି ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ ଖେଳାଯିବ । ତେବେ ପ୍ରଥମ ଥର ଫିଫା ବିଶ୍ୱ କପ୍ ର ଆୟୋଜକ ଏକକାଳୀନ ୩ଟି ଦେଶ ହୋଇଛନ୍ତି । ଏହା ଛଡ଼ା ଏହି ବିଶ୍ୱ କପ୍ ରେ ୪୮ଟି ଦେଶର ଟିମ୍ ଖେଳିବେ । ଏହା ପୂର୍ବରୁ କତାରରେ ୨୦୨୨ରେ ମୋଟ ୩୨ଟି ଟିମ୍ ଖେଳିଥିଲେ । ଫାଇନାଲ ମ୍ୟାଚ୍ ନ୍ୟୁଜର୍ସିର ମେଟଲାଇଫ ଷ୍ଟାଡ଼ିୟମରେ ଖେଳାଯିବ । ବିଶ୍ୱକପ ଫାଇନାଲ ହାଫ ଟାଇମରେ ଏକ ବଡ଼ ମ୍ୟୁଜିକାଲ ପରଫର୍ମାନ୍ସ ପାଇଁ ଫିଫା ଯୋଜନା କରୁଛି ।
