ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଏବେ ବୁଲଗେରିଆ ଗସ୍ତରେ ଅଛନ୍ତି । ବୁଲଗେରିଆ ନେତାଙ୍କ ସହ ଆଲୋଚନା ଓ ବୈଠକରେ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆରେ ଉତ୍ତେଜନା ଲାଗିରହିଥିଲେ ବି ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଏବେ ବୁଲଗେରିଆ ଗସ୍ତରେ ଅଛନ୍ତି । ବୁଲଗେରିଆ ନେତାଙ୍କ ସହ ଆଲୋଚନା ଓ ବୈଠକରେ ଉଦବୋଧନ ଦେଇ ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆରେ ଉତ୍ତେଜନା ଲାଗିରହିଥିଲେ ବି ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ ଏଡ଼ାଇ ଶାନ୍ତିର ପଥ ଆପଣାଇ ବିକାଶ ଓ ସହଭାଗିତାକୁ ଗୁରୁତ୍ବ ଦେବାର ସମୟ । ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ଓ ଶୂନ୍ୟସହନଶୀରତା ସମ୍ପର୍କରେ ସୂଚନା ଦେଇଥିଲେ ଜୟଶଙ୍କର । ସବୁକ୍ଷେତ୍ରରେ ବୁଲଗେରିଆ ଓ ଭାରତର ସହଭାଗିତା ଉପରେ ଜୟଶଙ୍କର ଗୁରୁତ୍ବ ଆରୋପ କରିଥିଲେ । ବୁଲଗେରିଆ ପ୍ରଧାନମନ୍ତ୍ରୀ ରମେନ ରାଦେବ, ବୈଦେଶିକ ମନ୍ତ୍ରୀ ଭେଲିସ୍ଲାଭା ପେଟ୍ରୋଭା ଚୋମୋଭା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ଜୟଶଙ୍କର ।

