ଆଇପିଏଲ୍‌ ୨୦୨୭ ପୂର୍ବରୁ CSKରେ ବଡ଼ ପରିବର୍ତ୍ତନ; ୮ ବର୍ଷ ପରେ ଦଳ ଛାଡ଼ିଲେ ମାଇକେଲ୍ ହସି

IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ରେ ଜାରି ରହିଛି ବଡ଼ ପରିବର୍ତ୍ତନ। ୮ ବର୍ଷ ଧରି ଦଳର ବ୍ୟାଟିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଥିବା ମାଇକେଲ୍ ହସି ଚେନ୍ନାଇର ସାଥ୍‌ ଛାଡ଼ିଛନ୍ତି। ଏହା ପୂର୍ବରୁ ଷ୍ଟିଫେନ୍ ଫ୍ଲେମିଂ ଓ ଏରିକ୍ ସିମନ୍ସ ମଧ୍ୟ ଦଳରୁ ବିଦାୟ ନେଇସାରିଛନ୍ତି।

IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ରେ ଜାରି ରହିଛି ବଡ଼ ପରିବର୍ତ୍ତନ। ୮ ବର୍ଷ ଧରି ଦଳର ବ୍ୟାଟିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଥିବା ମାଇକେଲ୍ ହସି ଚେନ୍ନାଇର ସାଥ୍‌ ଛାଡ଼ିଛନ୍ତି। ଏହା ପୂର୍ବରୁ ଷ୍ଟିଫେନ୍ ଫ୍ଲେମିଂ ଓ ଏରିକ୍ ସିମନ୍ସ ମଧ୍ୟ ଦଳରୁ ବିଦାୟ ନେଇସାରିଛନ୍ତି। ଏବେ ଦଳର ସପୋର୍ଟ ଷ୍ଟାଫ୍‌ରେ ଆହୁରି ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ରିପୋର୍ଟ ଅନୁଯାୟୀ, ଚେନ୍ନାଇର ଫିଲ୍ଡିଂ କୋଚ୍ ଜେମ୍ସ ଫୋଷ୍ଟରଙ୍କ ପଦ ମଧ୍ୟ ଏବେ ବିପଦରେ ଥିବା କୁହାଯାଉଛି। ତାଙ୍କ ଚୁକ୍ତିର ଅବଧି ବୃଦ୍ଧି ନେଇ ହେବାକୁ ଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫୋଷ୍ଟର ଗତ ବର୍ଷ ହିଁ CSK ସହ ଯୋଡ଼ି ହୋଇଥିଲେ।

ମାଇକେଲ୍ ହସି ୨୦୧୮ରୁ ଚେନ୍ନାଇ ଦଳର ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଖେଳାଳି ଭାବେ ମଧ୍ୟ CSK ପାଇଁ ୬ଟି ସିଜିନ୍‌ ଖେଳିଥିଲେ। ତାଙ୍କ ସ୍ଥାନରେ କିଏ ଦାୟିତ୍ୱ ନେବେ, ସେନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ। ରିପୋର୍ଟ ଅନୁସାରେ, ଦଳର ମ୍ୟାନେଜମେଣ୍ଟ ହସିଙ୍କୁ ଏହି ନିଷ୍ପତ୍ତି ବିଷୟରେ ଜଣାଇସାରିଛି। ଅନ୍ୟ କିଛି ଦଳ ମଧ୍ୟ ତାଙ୍କ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି।

CSKର ନୂଆ ସପୋର୍ଟ ଷ୍ଟାଫ୍‌

ଚେନ୍ନାଇ ସୁପର କିଙ୍ଗ୍ସର ହେଡ୍ କୋଚ୍ ଭାବେ ଜାହିର ଖାନ୍‌ଙ୍କୁ ନିଯୁକ୍ତ କରାଯାଇଥିବା ଖବର ରହିଛି। ସେହିପରି, ଏରିକ୍ ସିମନ୍ସଙ୍କ ସ୍ଥାନରେ ମୋହିତ ଶର୍ମା ବୋଲିଂ କୋଚ୍‌ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଛି। ଷ୍ଟିଫେନ୍ ଫ୍ଲେମିଂଙ୍କ ବିଦାୟ ପରେ ଦଳର କୋଚିଂ ବ୍ୟବସ୍ଥାରେ ଲଗାତାର ପରିବର୍ତ୍ତନ ହେଉଥିବାରୁ IPL ୨୦୨୭ ପୂର୍ବରୁ CSKର ନୂଆ ରଣନୀତି କିପରି ରହିବ, ତାହା ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର।

Leave a Reply

Your email address will not be published. Required fields are marked *