ଜଗନ୍ନାଥ ଭୂମିରେ ଜଣେ ଯୁବତୀଙ୍କୁ ପୋଷାକ ଚିରି ଉଲଂଗ୍ନ କରିବାକୁ ଉଦ୍ୟମ କରିବା ଘଟଣା ଠାରୁ ଲଜ୍ଜା ଏବଂ ଦୁଃଖ କିଛି ହୋଇନପାରେ । ଆଜି ଓଡ଼ିଶାରେ ନାରୀ ସମାଜ ସୁରକ୍ଷିତ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।
ରାୟଗଡ଼ାରେ ଭିଡ ହିଂସା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ସରକାର ବିକାଶ ନାଁରେ କେବଳ ଉତ୍ସବ କରୁଛନ୍ତି , ଏ ସରକାର ଉତ୍ସବର ସରକାର । ଜଗନ୍ନାଥ ଭୂମିରେ ଜଣେ ଯୁବତୀଙ୍କୁ ପୋଷାକ ଚିରି ଉଲଂଗ୍ନ କରିବାକୁ ଉଦ୍ୟମ କରିବା ଘଟଣା ଠାରୁ ଲଜ୍ଜା ଏବଂ ଦୁଃଖ କିଛି ହୋଇନପାରେ । ଆଜି ଓଡ଼ିଶାରେ ନାରୀ ସମାଜ ସୁରକ୍ଷିତ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଭକ୍ତ ଦାସ କହିଛନ୍ତି । ଏଥିସହ ରାୟଗଡା ଘଟଣାକୁ ନେଇ କଂଗ୍ରେସ ଦଳର ତଥ୍ୟ ଅନୁସନ୍ଧାନ କମିଟି ଖୁବଶୀଘ୍ର ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିବ ।
ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା । ଡବଲ ଇଞ୍ଜିନ୍ ସରକାର ଓଡ଼ିଶାକୁ ଆସିଲା ପରେ ବାର୍ତ୍ତା ଯାଉଛି ଯେ ଓଡ଼ିଶାରେ ଆଉ ଶାସନ ନାହିଁ । ଗୋପାଳପୁର ଘଟଣା ପରେ ଆମେରିକା ଆଡଭାଇଜରି ଜାରି କଲା ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି । ବାଲିଅନ୍ତାରେ ଭିଡ଼ ହିଂସା ପାଇଁ ଜୀବନ ଗଲା, ପୁଣି ବାଲିଅନ୍ତା ଭଳି ଘଟଣାର ପୁନରାବୃତ୍ତି ଘଟିଲା ରାୟଗଡାରେ । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।

